ମିଛ ପେମେଣ୍ଟ କରି ଖାଇଲେ ନିସ୍ତୁକ ମାଡ, ଭାଇରାଲ ହେଲା ଭିଡ଼ିଓ

ଫର୍ଜ୍ଜି UPI ରେ ମିଛରେ ପେମେଣ୍ଟ କରି ଦୋକାନୀଙ୍କୁ ବନାଉଥିଲେ ବୋକା, ଧରାପଡ଼ିଲାରୁ ହେଲା ଏପରି ଅବସ୍ଥା

ଓଡିଶା ଭାସ୍କର: ବର୍ତ୍ତମାନ ସୋସିଆଲ ମେଡିଆରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି, ଫେରିବାଲାଙ୍କୁ ନକଲି ପେମେଣ୍ଟ କରି ଧରା ପଡିଛନ୍ତି ଏବଂ ଲୋକମାନେ ତାଙ୍କୁ ଖୁବ ପିଟୁଛନ୍ତି।

ଆଜି ଭାରତବର୍ଷ ଦ୍ରୁତ ଗତିରେ ଡିଜିଟାଲ ମୁହାଁ ହେଉଛି । ଏବେ ପନିପରିବା ବିକୁଥିବା ଲୋକଙ୍କ ଠାରୁ ଆରମ୍ଭକରି ମାଛ ବିକୁଥିବା ଲୋକଙ୍କ ପର୍ଯନ୍ତ ସମସ୍ତେ UPI ବ୍ୟବହାର କରୁଛନ୍ତି। ଲୋକମାନେ ମଧ୍ୟ ଅନଲାଇନ ପେମେଣ୍ଟ କରିବାକୁ ବେଶ ପସନ୍ଦ କରୁଛନ୍ତି।

ଯାହାଦ୍ୱାରା ଏହି କାରବାର ବେଶ ସହଜ ଏବଂ ଶୀଘ୍ର ହୋଇପାରୁଛି । କିନ୍ତୁ ଏହାର ଫାଇଦା କିଛି ଠକ ମାନେ ଉଠାଉଛନ୍ତି। ସେମିତି ଏକ ଅନଲାଇନ ଠକେଇର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ, ଜଣେ ବ୍ୟକ୍ତି ରାସ୍ତା କଡ଼ରେ ଧଳା ହୋଣ୍ଡା ସ୍କୁଟରରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପିଟୁଥିବାର ଦେଖିବାକୁ ମିଳିଛି। ବ୍ୟକ୍ତି ଜଣଙ୍କୁ ପଚାରିବାରୁ ଜଣା ପଡିଥିଲା ଯେ, ସ୍କୁଟର ଆରୋହୀ ନକଲି UPI ପେମେଣ୍ଟ ଦେଖାଇ ରାସ୍ତାରେ ବିକୁଥିବା ଲୋକଙ୍କୁ ଠକିବା ସହିତ କଲେଜ କ୍ୟାଣ୍ଟିନରେରେ ଠକି ଧରାପଡ଼ିଛନ୍ତି।

ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତି ସ୍କୁଟର ଆରୋହୀଙ୍କ ଫୋନ୍ ଛଡ଼ାଇ ନେଇ ସେଥିରେ କରାଯାଇଥିବା ନକଲି ପେମେଣ୍ଟ ମଧ୍ୟ ଦେଖାଇଛନ୍ତି।