fbpx

UPIର ସର୍ଭର ଡାଉନ୍: Pay-tm ଓ G-pay ଟ୍ରାଞ୍ଜାକ୍ସନ ଫେଲ, ଏମିତି କହିଲା ଏନପିସିଆଇ

Advertisement

ନୂଆଦିଲ୍ଳୀ: ରବିବାର କୌଣସି ବି ପ୍ରକାରର ଡିଜିଟାଲ ପେମେଣ୍ଟ ହୋଇନଥିଲା । କିଛି ବ୍ୟବହାର କାରୀ ୟୁପିଆଇ ପେମେଣ୍ଟ ହେଉନଥିବା ନେଇ ଅଭିଯୋଗ କରିଥିଲେ । ଗୁଗୁଲ ପେ, ପେଟିଏମ୍ ଏବଂ ଫୋନ ପେ ପରି ୟୁପିଆଇ ବେସଡ ଆପରେ କରାଯାଉଥିବା ପେମେଣ୍ଟ ସମ୍ଭବ ହୋଇନଥିଲା । ଏପରିକି ୱାଲେଟ ଜରିଆରେ ମଧ୍ୟ ପେମେଣ୍ଟ ସମ୍ଭବ ହେଉନଥିଲା । ପ୍ରାୟ ୧ ଘଣ୍ଟା ଧରି ୟୁପିଆଇର ପେମେଣ୍ଟ ଗେଟୱେ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ(ଏନପିସିଆଇ) ମଧ୍ୟ ଏକ ଘଣ୍ଟା ଯାଏଁ ଅଫଲାଇନ ରହିଥିଲା ।

ଏହାପରେ ୟୁପିଆଇ ସର୍ଭର ଡାଉନ ରହିଥିବାରୁ ଫୋନ ପେ, ଗୁଗୁଲ ପେ ଏବଂ ପେଟିଏମରେ ପେମେଣ୍ଟ ହୋଇନଥିଲା ତା ନୁହେଁ ବରଂ ଡିଜିଟାଲ ୱାଲେଟ ଏବଂ ଅନଲାଇନ ପେମେଣ୍ଟ ସମ୍ଭବ ହୋଇନଥିଲା । ମେଣ୍ଟେନାନ୍ସ କାରଣରୁ ଆଇସିଆଇସିଆଇ ବ୍ୟାଙ୍କର ୟୁପିଆଇ ଡାଉନ ରହିଥିବା ନେଇ ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା ।

ଟେକ୍ ରିଭ୍ୟୁ କରୁଥିବା ନିତିନ ଅଗ୍ରୱାଲ ଟ୍ୱିଟ୍ କରି ଏହି ଖବରକୁ ସ୍ପଷ୍ଟ କରିଥିଲେ । ମେଣ୍ଟେନାନ୍ସ କାରଣରୁ ଆଇସିଆଇସିଆଇ ବ୍ୟାଙ୍କର ୟୁପିଆଇ ଡାଉନ ରହିଥିବା ନେଇ ନିତିନ ଟ୍ୱିଟ୍ କରିଥିଲେ । ତେବେ ଅନ୍ୟ ଆପ୍ ଗୁଡିକୁ ନେଇ ସେ ନିଶ୍ଚିତ ନଥିବା କହିଥିଲେ ନିତିନ । ରବିବାର ପାଇଁ କି ଅନ୍ୟ କେଉଁ କାରଣରୁ ଏହି ସେବା ବନ୍ଦ ଅଛି ସେ ସମ୍ପର୍କରେ ମୁଁ ନିଶ୍ଚିତ ନୁହେଁ ବୋଲି ସେ ଲେଖିଥିଲେ । ସନ୍ଧ୍ୟା ୫.୧୮ରେ ଏନପିସିଆଇ ପକ୍ଷରୁ ଟ୍ୱିଟ କରି କ୍ଷମା ପ୍ରାର୍ଥନା କରିଥିଲା ।

Get real time updates directly on you device, subscribe now.