UPI ଟ୍ରାଞ୍ଜାକ୍ସନ ଭାଙ୍ଗିଲା ରେକର୍ଡ, ଅଗଷ୍ଟରେ ପ୍ରଥମ ଥର ପାଇଁ ଗୋଟିଏ ମାସରେ ଟପିଗଲା ୨୦ ବିଲିୟନ
ୟୁପିଆଇ ଟ୍ରାଞ୍ଜାକ୍ସନ ଭାଙ୍ଗିଦେଲା ରେକର୍ଡ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଅଗଷ୍ଟ ମାସରେ ୨୦ ବିଲିଅନରୁ ଉର୍ଦ୍ଧ୍ୱ ୟୁପିଆଇ ଟ୍ରାଞ୍ଜାକ୍ସନ ହୋଇଛି। ପ୍ରଥମ ଥର ପାଇଁ ଗୋଟିଏ ମାସରେ ୨୦ ବିଲିଅନ ଟପିଲା ଟ୍ରାଞ୍ଜାକ୍ସନ। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ନେଇ କୃତଜ୍ଞତା ଜଣାଇଲା ଅର୍ଥ ମନ୍ତ୍ରାଳୟ।
ଅଗଷ୍ଟରେ UPI ଟ୍ରାଞ୍ଜାକ୍ସନ 20.01 ବିଲିୟନରେ ପହଞ୍ଚିଛି। ଯାହା ଜୁଲାଇ ମାସର 19.47 ବିଲିୟନ ତୁଳନାରେ 2.8 ପ୍ରତିଶତ ବୃଦ୍ଧି ହୋଇଛି। ବାର୍ଷିକ ଆଧାରରେ, ଏହା 34 ପ୍ରତିଶତ ବୃଦ୍ଧି।
ରିପୋର୍ଟ ମୁତାବକ, UPI ଅଗଷ୍ଟ ମାସରେ 24.85 ଲକ୍ଷ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ରେକର୍ଡ କରିଛି। ଯାହା ଗତ ବର୍ଷ ତୁଳନାରେ 24 ପ୍ରତିଶତ ଅଧିକ। NPCI ତଥ୍ୟ ଅନୁଯାୟୀ, ହାରାହାରି ଦୈନିକ କାରବାର ଜୁଲାଇରେ ରେକର୍ଡ ହୋଇଥିବା 62.8 କୋଟିରୁ 64.5 କୋଟିକୁ ବୃଦ୍ଧି ପାଇଛି। ଅଗଷ୍ଟରେ ହାରାହାରି ଦୈନିକ ଟ୍ରାଞ୍ଜାକ୍ସନ 80,177 କୋଟି ଟଙ୍କା। ଯାହା ଜୁଲାଇରେ 80,919 କୋଟି ଟଙ୍କା ଥିଲା।