fbpx

ଆରବିଆଇ ଜାରି କଲା ସର୍କୁଲାର୍, କ୍ରେଡିଟ୍ କାର୍ଡରେ ଏତିକି ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କଲେ ଲାଗିବନି କୌଣସି ଚାର୍ଜ

ନୂଆଦିଲ୍ଲୀ: ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ)ରେ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ପାଇଁ ଲାଗିବ ନାହିଁ କୌଣସି ଚାର୍ଜ। ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଏକ ସର୍କୁଲାର ଜାରୀ କରି ଏହି ନିର୍ଦ୍ଦେଶ ଦେଇଛି। ଏଥିରେ କୁହାଯାଇଛି ଯେ, ୨ ହଜାର ଟଙ୍କା ପର୍ଯ୍ୟନ୍ତ କାରବାର ଉପରେ କୋଣସି ଶୁଳ୍କ ଲାଗିବ ନାହିଁ। ଭାରତୀୟ ବଜାରରେ ଡିଜିଟାଲାଇଜେସନ୍ ବୃଦ୍ଧି ପାଇବା ସହ ଗତ ଦେଶର ଅନଏକ ପ୍ରମୁଖ ବ୍ୟାଙ୍କ ସହିତ ରୁପେ କ୍ରେଡିଟ୍ କାର୍ଡ ଜଡ଼ିତ ଥିବାରୁ ଗତ ୪ ବର୍ଷରେ ଏହାର ବ୍ୟବହାର ଅହେତୁକ ଭାବରେ ବୃଦ୍ଧି ପାଇଛି।

୪ ଅକ୍ଟୋବରରେ ଜାରି ହୋଇଥିବା ସର୍କୁଲାରରେ ଏହା କୁହାଯାଇଛି ଯେ, ବିଭିନ୍ନ ଅନଲାଇନ୍ ପେମେଣ୍ଟ ଆପ୍ ରେ କ୍ରେଡିଟ୍ କାର୍ଡକୁ ଲିଙ୍କ କରିବା ଏବଂ କାରବାର କରିବା ପାଇଁ ଗ୍ରାହକଙ୍କର ସମସ୍ତ ପ୍ରକାର ସହମତୀ ଜରୁରୀ। ସେହିପରି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(ଏନପିସିଆଇ) କହିଛି ଯେ, ଆନ୍ତର୍ଜାତୀୟ କାରବାର ପାଇଁ ଆପ୍ଲିକେସନରେ ଥିବା ପ୍ରକ୍ରିୟା କ୍ରେଡିଟ୍ କାର୍ଡ ଉପରେ ମଧ୍ୟ ଲାଗୁ ହେବ। ଏଥିରେ କୁହାଯାଇଛି ଯେ, ୨୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ଉପରେ ବ୍ୟବସାୟୀ ରିହାତ ହାର(ଏମଡିଆର୍) ଲାଗୁ ହେବ ନାହିଁ।

ସର୍କୁଲାର ଅନୁସାରେ କ୍ରେଡିଟ୍ କାର୍ଡ ଜାରି କରିଥିବା ସଂସ୍ଥା ଏବଂ ଆପ୍ ଗ୍ରାହକଙ୍କୁ ପ୍ରତି କାରବାରରେ ଏହାର ନୋଟିଫିକେସନ୍ ଦେବେ। ତେବେ ରିପୋର୍ଟ ଅନୁଯାୟୀ ଆରବିଆଇର ଡେପୁଟି ଗଭର୍ଣ୍ଣର ଟି ରବିଶଙ୍କର ପୁର୍ବରୁ ମଧ୍ୟ କହିଥିଲେ କି କ୍ରେଡିଟ୍ କାର୍ଡକୁ ୟୁପିଆଇ ସହ ଲିଙ୍କ କରିବାର ମୁଖ୍ୟ କାରଣ ହେଉଛି ଗ୍ରାହକମାନଙ୍କୁ ପେମେଣ୍ଟ କରିବାର ବ୍ୟାପକ ବିକଳ୍ପ ଦେବା।

 

 

Get real time updates directly on you device, subscribe now.