fbpx

NEET-UGରୁ ହଟିଲା ବୟସ ସୀମା: ନ୍ୟାସନାଲ ମେଡିକାଲ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ମେଡିକାଲ ଶିକ୍ଷାରେ ରୁଚି ରଖୁଥିବା ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ଅଣ୍ଡରଗ୍ରାଜୁଏଟ (ୟୁଜି) ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଗକୁ ବୟସ ସୀମା ଆଉ ବାଧା ସାଜିବ ନାହିଁ । । ପୂର୍ବରୁ ଲାଗୁ ହେଉଥିବା ବୟସ ସୀମା ଏଣିକି ଲାଗୁ ହେବ ନାହିଁ । ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଏହାଫଳରେ ଛାତ୍ରଛାତ୍ରୀମାନେ ଏବେ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଏକାଧିକ ବାର ଅଂଶଗ୍ରହଣ କରିପାରିବେ । ତେବେ ଏହି ନିଷ୍ପତ୍ତି ବିଦେଶରେ ପାଠ ପଢ଼ୁଥିବା ଛାତ୍ରଙ୍କୁ ମଧ୍ୟ ସହାୟତା ପ୍ରଦାନ କରିବ ।

ଗତ ୨୦୧୯ରେ ଏନଏମସି ପକ୍ଷରୁ ୟୁଜି ପରୀକ୍ଷା ପାଇଁ ୨୫ ବର୍ଷ ବୟସ ସୀମା ଧାର୍ଯ୍ୟ କରାଯାଇଥିଲା । ମାତ୍ର ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ୟାଚିକା ଦାୟର କରାଯାଇଥିଲା । ଏନେଇ ଏମଏମସି ସେକ୍ରେଟାରୀ କହିଛନ୍ତି ଯେ, ଗତ ବର୍ଷ ଅକ୍ଟୋବର ୨୧ ତାରିଖରେ ବସିଥିବା ଏନଏମସିର ଚତୁର୍ଥ ବୈଠକରେ ଏ ବାବଦରେ ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.