ଅଫିସର ନିଯୁକ୍ତି ପାଇଁ UPSC ଜାରି କଲା ବିଜ୍ଞପ୍ତି, ୨୦୦ରୁ ଅଧିକ ପଦବୀ, ଜାଣନ୍ତୁ ଡିଟେଲ୍ସ

ୟୁପିଏସସି ନିଯୁକ୍ତି ପାଇଁ ପ୍ରକାଶ କଲା ବିଜ୍ଞପ୍ତି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ୟୁପିଏସସି ଏଥର ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ସମସ୍ତ ନିଯୁକ୍ତି ବିଭିନ୍ନ କେନ୍ଦ୍ରୀୟ ସରକାରୀ ମନ୍ତ୍ରାଳୟଗୁଡ଼ିକ ଏବଂ ଅନ୍ୟାନ୍ୟ ବିଭାଗରେ ୨୦୦ରୁ ଅଧିକ ସ୍ଥାୟୀ ପଦବୀରେ କରାଯାଇଛି।

ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ୧୭ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଆୟୋଗର ଅଫିସିଆଲ ୱେବସାଇଟ upsconline.gov.in ମାଧ୍ୟମରେ ଆଇନଲାଇନ ଆବେଦନ କରିପାରିବେ।
-ଆବେଦନ ଆରମ୍ଭ-୨୮ ଜୁନ ୨୦୨୫
-ଅନଲାଇନ ଆବେଦନର ଶେଷ ତାରିଖ-୧୭ ଜୁଲାଇ ୨୦୨୫
-ଫିସ୍ ଭରିବାର ତିଥି-୧୭ ଜୁଲାଇ ୨୦୨୫
-ପରୀକ୍ଷା ତାରିଖ- ପରେ ଜାରି ହେବ

ପଦବୀ ସଂଖ୍ୟା: ୟୁପିଏସସି ନିଯୁକ୍ତି ୨୦୨୫ ଅଭିଜାନ ଜରିଆରେ ୨୪୧ ପଦବୀ ଭରିବ। ଏହି ପଦବୀ ଗୁଡ଼ିକ ହେଲା- ରିଜନାଲ ଡାଇରେକ୍ଟର, ଆଡମିନିଷ୍ଟ୍ରେଟିଭ୍ ଅଫିସର, ଜୁନିଅର ସାଇଣ୍ଟିଫିକ ଅଫିସର, ମ୍ୟାନେଜର, ସେକ୍ସନ ଅଫିସର ସମେତ ଅନ୍ୟ ପଦବୀ।

ଯୋଗ୍ୟତା ଏବଂ ବୟସ: ଇଞ୍ଜିନିୟରିଂର ସ୍ନାତକ ଡିଗ୍ରୀ ବା ମାଷ୍ଟର ଡିଗ୍ରୀ ରହିବା ଆବଶ୍ୟକ। ଏହି ନିଯୁକ୍ତି ପାଇଁ ସର୍ବନିମ୍ନ ବୟସ ୩୦ ରୁ ୫୦ ବର୍ଷ ହେବା ଆବଶ୍ୟକ।

ଦରମା:
ଗ୍ରୁପ ବି-୪୪ ହଜାର ୯୦୦ ଟଙ୍କା
ଗ୍ରୁପ ଏ-୭୮ ହଜାର ୮୦୦ ଟଙ୍କା

ଚୟନ ପ୍ରକ୍ରିୟା: ଶିକ୍ଷାଗତ ଯୋଗ୍ୟତା, ପ୍ରାସଙ୍ଗିକ ଅଭିଜ୍ଞତା ଏବଂ ନିଯୁକ୍ତି ପରୀକ୍ଷା/ସାକ୍ଷାତକାରରରେ ପ୍ରଦର୍ଶନ ଆଧାରରେ ଚୟନ କରାଯିବ।

ଆବେଦନ ଶୁଳ୍କ: ଏଥିପାଇଁ ଜେନେରାଲ କାଟାଗୋରୀ ପିଲା ୨୫ ଟଙ୍କା ଅବେଦନ ଫିସ୍ ଦେବେ। ଏଥିସହ ମହିଳା, ଅନୁସୂଚୀତ ଜାତି, ଜନଜାତି ପ୍ରାର୍ଥୀଙ୍କ ପାଇଁ କୌଣସି ପ୍ରକାର ଶୁକ୍ଳ ଦେବାକୁ ପଡ଼ିବ ନାହିଁ।