SBI Credit Cardରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ Cashback, ଜାଣନ୍ତୁ କେତେଦିନ ପାଇଁ

ନୂଆଦିଲ୍ଲୀ: ଯଦି ଆପଣ ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏସବିଆଇ କ୍ରେଡିଟ କାର୍ଡରେ ଗ୍ରାହକଙ୍କୁ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ମିଳୁଛି । ତେବେ ଏହି ଅଫରର ଡେଡଲାଇନ୍ ଆସନ୍ତା ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ରହିଛି ।

ତେବେ ଏହି ଅଫର ଏଲଜିର କିଛି ବଛା ବଛା ପ୍ରଡକ୍ଟ ଉପରେ ମିଳୁଛି । ଯଦି ଆପଣ ଏସବିଆଇ କ୍ରେଡିଟ କାର୍ଡରେ କୌଣସି ପ୍ରଡକ୍ଟ କିଣନ୍ତି, ତେବେ ଆପଣଙ୍କୁ ୨୦ ପ୍ରତିଶତ କ୍ୟାଶବ୍ୟାକ ମିଳିବ । କେବଳ ଇଏମଆଇ ଟ୍ରାଞ୍ଜାକସନରେ ପ୍ରତ୍ୟେକ କାର୍ଡରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ମିଳିବ । ଯଦି ଆପଣ ପ୍ରକଡ୍ଟର ପେମେଣ୍ଟ ଇଏମଆଇରେ କନଭର୍ଟ କରନ୍ତି, ତେବେ ଆପଣଙ୍କୁ କ୍ୟାଶବ୍ୟାକର ଫାଇଦା ମିଳିପାରିବ । ସୂଚନାଯୋଗ୍ୟ ଯେ, ନିକଟରେ ଏସବିଆଇ କାର୍ଡରେ ମେଗା ସପିଂ ଫେଷ୍ଟିଭ ଅଫର ଲଞ୍ଚ ହୋଇଥିଲା । ଯେ କୌଣସି ଅନଲାଇନ୍ ସପିଂରେ ୧୦ ପ୍ରତିଶତ କ୍ୟାଶବ୍ୟାକ ୩ ଦିନ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିଲା ।