ଜଳିଗଲା କେନ୍ଦ୍ରାପଡ଼ାର ଅର୍ବାନ ବ୍ୟାଙ୍କ

କେନ୍ଦ୍ରାପଡ଼ା ଟାଉନ ଥାନା ନିକଟ ବଳଗଣ୍ଡି ଛକରେ ଥିବା ଅର୍ବାନ ବ୍ୟାଙ୍କରେ ଭୟଙ୍କର ଅଗ୍ନିକାଣ୍ଡ।

କେନ୍ଦ୍ରାପଡା: ବ୍ୟାଙ୍କରେ ଲାଗିଲା ନିଆଁ। ବ୍ୟାଙ୍କ ଭିତରୁ ବାହାରୁଛି ଧୂଆଁ। କେନ୍ଦ୍ରାପଡ଼ା ଟାଉନ ଥାନା ନିକଟ ବଳଗଣ୍ଡି ଛକରେ ଥିବା ଅର୍ବାନ ବ୍ୟାଙ୍କରେ ଭୟଙ୍କର ଅଗ୍ନିକାଣ୍ଡ।

ବ୍ୟାଙ୍କ ଭିତରେ ନିଆଁ ଲାଗିଥିବା ବେଳେ ବାହାରକୁ ବାହାରୁଛି ପ୍ରବଳ ଧୂଆଁ। କିପରି ନିଆଁ ଲାଗିଲା କାରଣ ଜଣାପଡ଼ିନଥିବା ବେଳେ ନିଆଁ ଲିଭାଇବାକୁ ପହଞ୍ଚିଛନ୍ତି ଅଗ୍ନିଶମ ବାହିନୀ।

ଏହି ଦୁର୍ଘଟଣାରେ ବ୍ୟାଙ୍କରେ ଉପସ୍ଥିତ ଥିବା କର୍ମଚାରୀଙ୍କ କୌଣସି କ୍ଷୟକ୍ଷତି ହୋଇ ନାହିଁ । ନିଆଁ ଲାଗିବା ଖବର ପାଇବା ପରେ କର୍ମଚାରୀ ବାହାରକୁ ପଳାଇ ଆସିଥିଲେ ।
ଭିତର ନିଆଁ ପ୍ରକୋପ ପାଇଁ ବ୍ୟାଙ୍କ ବାହାର ଧୂଆଁମୟ ହୋଇଛି ।