fbpx

ରୁଷିଆଠାରୁ ଦୂରତା ବଜାୟ ରଖିବା ପାଇଁ ଭାରତକୁ ଆମେରିକାର ପରାମର୍ଶ, ସେପଟେ ଫେରିଲେ ଆଉ ୪୨୦ ଭାରତୀୟ

ନୂଆଦିଲ୍ଲୀ: ରୁଷିଆଠାରୁ ଦୂରତା ବଜାୟ ରଖିବା ପାଇଁ ଭାରତକୁ ପରାମର୍ଶ ଦେଇଛି ଆମେରିକା । ସିନେଟ ସବକମିଟି ବୈଠକରେ ସହକାରୀ ବୈଦେଶିକ ସଚିବ ଦେଇଛନ୍ତି ଏପରି ମତ । ଆକ୍ରମଣଜନିତ ନିନ୍ଦା ପ୍ରସ୍ତାବ ଭୋଟଦାନରୁ ଭାରତ ବିରତ ରହିବାରୁ ବିରୋଧ କରିଛନ୍ତି । ଭାରତ ଦୁଇଥର ଭୋଟଦାନରୁ ବିରତ ରହିବାରୁ ଆମେରିକା ଅସନ୍ତୋଷ ପ୍ରକାଶ କରିଛି । ଆମେରିକାର ଏକମାତ୍ର ସହଯୋଗୀ ରାଷ୍ଟ୍ର ଭାବେ ଭାରତର ଆଭିମୁଖ୍ୟ ଅଲଗା ରହିଛି ।

ଅନ୍ୟପଟେ ୟୁକ୍ରେନରୁ ରୋମାନିଆ ଓ ହଙ୍ଗେରୀ ଦେଇ ଫେରିଛନ୍ତି ଆଉ ୪୨୦ ଭାରତୀୟ । ଦୁଇଟି ସି-୧୭ ବାୟୁସେନା ବିମାନ ଯୋଗେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି । ଫେରିଥିବା ଭାରତୀୟଙ୍କୁ ସ୍ୱାଗତ କରିଛନ୍ତି ପ୍ରତିରକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ ।

Get real time updates directly on you device, subscribe now.