fbpx

‘ହିନ୍ଦୁମାନେ ଫେରିଯାଅ..’, ନ୍ୟୁୟର୍କ ପରେ ଏବେ କାଲିଫର୍ଣ୍ଣିଆରେ ମନ୍ଦିର ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଆମେରିକାରେ ପୁଣିଥରେ ମନ୍ଦିରକୁ ଟାର୍ଗେଟ କରାଯାଇଛି । କାଲିଫର୍ଣ୍ଣିଆର ସେକ୍ରାମେଣ୍ଟୋ କାଉଣ୍ଟିରେ ଏଭଳି ଘଟଣା ଘଟିଛି । ସେକ୍ରାମେଣ୍ଟୋ ମାଥେର ଏୟାରପୋର୍ଟର ସାଉଥ ସ୍ଥିତ ସ୍ୱାମୀନାରାୟଣ ମନ୍ଦିରରେ ବୁଧବାର ଦିନ ହିନ୍ଦୁ ବିରୋଧୀ ସ୍ଲୋଗାନ ଲେଖାଯାଇଥିଲା । ଏହି ଅନ୍ଦୋଳନକାରୀ ‘ହିନ୍ଦୁମାନେ ଫେରିଯାଅ’ ଲେଖିଥିଲେ । ସ୍ଥାନୀୟ ଅଧିକାରୀମାନଙ୍କୁ ଯେବେ ଏହି କଥାର ସୂଚନା ମିଳିଥିଲା, ସେମାନେ ସେଠାରେ ଯାଞ୍ଚ ଅଭିଯାନ ଚଳାଇଥିଲେ । ସେ ଦେଖିଥିଲେ ଯେ, ମନ୍ଦିର ସହ ଜଡିତ ପାଇପ ଲାଇନକୁ ମଧ୍ୟ କଟାଯାଇଛି । ଏହା ପୂର୍ବରୁ ନ୍ୟୁୟର୍କରେ ମଧ୍ୟ ସ୍ୱାମୀ ନାରାୟଣ ମନ୍ଦିରରେ ଏପରି ଘଟଣା ଘଟିଥିଲା ।

ଆମେରିକାରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଉପରେ BAPS Public Affairs ଏକ୍ସ ପୋଷ୍ଟରେ ଲେଖିଥିଲେ ଯେ, ଗତ ୧୦ ଦିନରେ ନ୍ୟୁୟର୍କ, ସେକ୍ରାମେଣ୍ଟୋ ଏବଂ ସିଏରେ ଆମ ମନ୍ଦିରକୁ ଟାର୍ଗେଟ କରାଯାଇଥିଲା । ଏହା ବ୍ୟତୀତ କାଲି ରାତିରେ ମଧ୍ୟ ହିନ୍ଦୁ ବିରୋଧୀ ସ୍ଲୋଗାନ ଲେଖି ଅପବିତ୍ର କରିବାକୁ ଚେଷ୍ଟା କରାଯାଇଥିଲା ।

ଏହି ଘଟଣାକୁ ନେଇ ଆମେରିକୀୟ ସାଂସଦ ରୋ ଖାନ୍ନା କହିଛନ୍ତି ଯେ, ହିନ୍ଦୁ ଆମେରିକୀୟଙ୍କ ପ୍ରତି ଏହି ପ୍ରକାରର ଘୃଣା ଏବଂ ଭୟଙ୍କର ଭାବ ନୈତିକ ଭାବେ ଭୁଲ ଅଟେ । ନ୍ୟାୟ ବିଭଙ୍କୁ ଏହି ଘୃଣା ଅପରାଯର ଯାଞ୍ଚ କରିବା ଆବଶ୍ୟକ ଏବଂ ଦାୟିତ୍ୱପୂର୍ଣ୍ଣ ଲୋକଙ୍କୁ ଆଇନଗତ ଭାବେ ଜବାବ ଦେବା ଆବଶ୍ୟକ ।

Get real time updates directly on you device, subscribe now.