fbpx

ଆମେରିକାରେ ଶିଶୁଙ୍କୁ ଦିଆଯିବ ଫାଇଜର ଟିକା

ୱାଶିଂଟନ୍: କରୋନା କାଳରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆମେରିକାରେ ଶିଶୁଙ୍କୁ ଟିକା ଦିଆଯିବା ନେଇ ଚାଲିଛି ପ୍ରସ୍ତୁତି । ଶିଶୁଙ୍କୁ କୋଭିଡର ଫାଇଜର ଟିକା ଦିଆଯିବ । ଦେଶର ୫ରୁ ୧୧ ବର୍ଷ ବୟସ୍କଙ୍କୁ ଫାଇଜର ଟିକା ଦେବାକୁ ମିଳିଛି ଅନୁମତି । ଏହି କ୍ରମରେ ଆମେରିକାର ୨୮ ନିୟୁତ ଶିଶୁ ଟିକା ଦିଆଯିବ । ଏହି ଉଚ୍ଚସ୍ତରୀୟ ମେଡିକାଲ କମିଟି ବିଶ୍ଲେଷଣ କରି ଅନୁମତି ଦେଇଛି । ଏହି ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ ବୋଲି କମିଟି ମତ ଦେଇଛି । ୪ଟି ଦେଶ ଯଥା-ଚୀନ୍, ଚିଲି, କ୍ୟୁବା ଓ ୟୁଏଇ ଶିଶୁଙ୍କୁ ଏହି ଟିକା ଦେବା ଆରମ୍ଭ କରିସାରିଛନ୍ତି ।

Get real time updates directly on you device, subscribe now.