fbpx

ଦୁନିଆରୁ ଟଳିଲା ବଡ଼ ବିପଦ, ଡିଫଲ୍ଟର ହେବନି ଆମେରିକା: ଡେଟ ସିଲିଂ ବିଲକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଡେଟ ସିଲିଂକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ନେଇ ନିଷ୍ପତ୍ତି ନେଇସାରିଛି ଆମେରିକା ସଂସଦ । ଏବେ ଆମେରିକା ଡିଫଲ୍ଟ ହେବା ବିପଦରୁ ରକ୍ଷା ପାଇଛି । ବୁଧବାର ଦିନ ଆମେରିକା କଂଗ୍ରେସ ଡେଟ ସିଲିଂ ବିଲକୁ ଅନୁମୋଦନ କରିଛି । ଯାହା ପରେ କେବଳ ଆମେରିକା ନୁହେଁ ସମଗ୍ର ବିଶ୍ୱରୁ ଏକ ବଡ ବିପଦ ଟଳିଯାଇଛି । ଏହା ସହିତ ବିଶ୍ୱ ଅର୍ଥନୀତିକୁ ହେବାକୁ ଥିବା ସମ୍ଭାବ୍ୟ କ୍ଷତିରୁ ମଧ୍ୟ ଆରାମ ମିଳିଯାଇଛି ।

ଏବେ ସମସ୍ତଙ୍କ ନଜର ଆମେରିକା ସଂସଦର ଉଚ୍ଚ ସଦନ ସିନେଟ ଉପରେ ରହିଛି । ଏଠାରୁ ଅନୁମୋଦନ ପାଇବା ପରେ ଆମେରିକାର ରାସ୍ତା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସିନେଟକୁ ଯଥାଶୀଘ୍ର ଭୋଟ୍ ଦେବାକୁ ଏବଂ ଏହି ବିଲ୍ ପାସ୍ କରିବାକୁ ନିବେଦନ କରିଛନ୍ତି । ପୂର୍ବରୁ ଡେଟ କ୍ରାଇସେସ୍ ଉପରେ ବାଇଡେନ୍ ପ୍ରଶାସନ ଏବଂ ମ୍ୟାକକାରିଙ୍କ ମଧ୍ୟରେ ପାର୍ଥକ୍ୟ ସମାପ୍ତ ହୋଇଥିଲା ଏବଂ ଏକ ସହମତି ପ୍ରକାଶ ପାଇଥିଲା ।

ସୂଚନା ଅନୁଯାୟୀ, ଆମେରିକା ସଂସଦର ନିମ୍ନ ଗୃହରେ ୩୧୪ ଡେଟ ସିଲିଂ ସପକ୍ଷରେ ଏବଂ ୧୧୭ ଭୋଟ୍ ବିପକ୍ଷରେ ଦିଆଯାଇଥିଲା । ଆମେରିକା ସଂସଦର ନିମ୍ନ ଗୃହରୁ ପାସ୍ ହେବା ପରେ ଉପର ଗୃହକୁ ସିନେଟକୁ ପଠାଯିବ । ଜୋ ବାଇଡେନ କହିଛନ୍ତି ଯେ, ଏହି ପଦକ୍ଷେପ ଆମେରିକାକୁ ଡିଫଲ୍ଟ ବିପଦରୁ ରକ୍ଷା କରିଛି । ଯଦି ଏହି ବିଲ୍ ସିନେଟ ଦ୍ୱାରା ପାରିତ ହୁଏ, ତେବେ ଆମେରିକାର ଋଣ ସୀମା ଦୁଇ ବର୍ଷ ପାଇଁ ବୃଦ୍ଧି ପାଇବ ।

Get real time updates directly on you device, subscribe now.