ୱାଶିଂଟନ: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଚେତାବନୀରେ ଡରିଯାଇଛି ଆମେରିକା । ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିବା ନେଇ ସ୍ପଷ୍ଟ କରିବା ପରେ କିଭରେ ଥିବା ନିଜ ଦୂତାବାସକୁ ଅସ୍ଥାୟୀ ଭାବେ ବନ୍ଦ ଘୋଷଣା କରିଛନ୍ତି ବାଇଡେନ । ୟୁକ୍ରେନ କିଭରେ ଥିବା ଆମେରିକୀୟ ଦୂତାବାସରୁ କର୍ମଚାରୀ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ବାଇଡେନ୍ ପରାମର୍ଶ ଦେଇଛନ୍ତି । ସୂଚନାଅନୁସାରେ ଦୂତାବାସ କର୍ମଚାରୀମାନେ ସୁରକ୍ଷିତ ସ୍ଥାନକୁ ଯିବା ଆରମ୍ଭ କରି ଦେଲେଣି । ବାକିଥିବା କୂଟନୈତିକ କାର୍ଯ୍ୟ କର୍ମଚାରୀମାନେ ସୁରକ୍ଷିତ ଜାଗାରେ ରହି କରିବେ ବୋଲି କୁହାଯାଇଛି । ୨୦ ତରିଖରେ ରୁଷିଆ ୟୁକ୍ରେନ୍ ଉପରେ ଜୋରଦାର୍ ଏୟାର ଷ୍ଟ୍ରାଇକ୍ କରିବା ପାଇଁ ଯୋଜନା କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ରୁଷିଆ ବିପକ୍ଷରେ ବାଇଡେନ ୟୁକ୍ରେନକୁ ଲଙ୍ଗ ରେଞ୍ଜ ମିଶାଇଲ ଷ୍ଟ୍ରାଇକ୍ର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଏ ନେଇ ଆମେରିକା ନିର୍ମିତ ଏଟିଏସିଏମଏସ ମିଶାଇଲ ବ୍ୟବହାର ପାଇଁ ପଲିସିରେ ପରିର୍ତ୍ତନ ମଧ୍ୟ କରିଛନ୍ତି । ଯାହାର ଜବାବରେ ରୁଷିଆ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ଧମକ ଦେଇଛି । ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧକୁ ତୃତୀୟ ବିଶ୍ୱ ଯୁଦ୍ଧ ବୋଲି ଅନେକ କହିବା ଆରମ୍ଭ କଲେଣି । ଦୁଇଦେଶ ମଧ୍ୟରେ ପାଖାପାଖି ୩ ବର୍ଷ ଧରି ଯୁଦ୍ଧ ଲାଗି ରହିଥିବାବେଳେ ଏହା ସମାପ୍ତ ହେଉ ନାହିଁ । ଅପରପକ୍ଷେ ଦେଖିବାକୁ ଗଲେ ଉନ୍ନବିଂଶ ଶତାବ୍ଦୀର ଏହା ସବୁଠାରୁ ଦୀର୍ଘ ସମୟ ଧରି ଚାଲିଥିବା ଯୁଦ୍ଧ ।