fbpx

Big Breaking: ଇସ୍ରାଏଲକୁ ଆମେରିକାର ସହାୟତା, ଯୁଦ୍ଧରେ ୧୧୦୦ରୁ ଉର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲର ଏକ ମ୍ୟୁଜିକ୍ ଫେଷ୍ଟିଭାଲ ଉପରେ ହମାସ୍ ଆକ୍ରମଣ କରିଥିବା ବେଳେ ଇସ୍ରାଏଲ ମଧ୍ୟ ଯୁଦ୍ଧର ଘୋଷଣା କରିଥିଲା । ହଜାର ହଜାର ଲୋକ ଫେଷ୍ଟିଭାଲ୍‌ରେ ଥିବା ବେଳେ ହମାସ ଗୁଳିର ବର୍ଷା କରିଥିଲା । ଏହି ଆକ୍ରମଣରେ ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ସୂଚନା ଅନୁସାରେ, ଇସ୍ରାଏଲ ସେନାର ଆକ୍ରମଣରେ ହମାସର ବ୍ୟାପକ କ୍ଷତି ହୋଇଛି । ଏହି ଯୁଦ୍ଧରେ ଉଭୟଙ୍କ ପକ୍ଷରୁ ୧୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବାର ଜଣାଯାଇଛି । ତେବେ ଇସ୍ରାଏଲରେ ଗତକାଲି ମୃତକଙ୍କ ସଂଖ୍ୟା ୫୦୦ ଥିବା ବେଳେ ଆଜି ୭୦୦କୁ ବୃଦ୍ଧି ପାଇଥିବାର ସୂଚନା ମିଳିଛି । ଅନ୍ୟପଟେ ଗାଜାରେ ୪୦୦ ଲୋକଙ୍କ ମୃତ୍ୟୁ ହୋଇଥିବାର ଜଣା ପଡିଛି ।

ଏହି ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ ଆମେରିକା ସହାୟତା ଦେବା ପାଇଁ ଘୋଷଣା କରିଛି । ସୈନ୍ୟ ସହାୟତା ଯୋଗାଇ ଦେବାକୁ ବାଡେନ କହିଛନ୍ତି । ଏହା ସହିତ ଜାହାଜ, ଯୁଦ୍ଧ ବିମାନ ଆଦି ଯୁଦ୍ଧ ସମୟରେ ଯୋଗାଇ ଦିଆଯିବ ।

Get real time updates directly on you device, subscribe now.