fbpx

Air Indiaକୁ ଝଟକା ! ରିଫଣ୍ଡରେ ଦେବାକୁ ପଡିବ ୯୮୮ କୋଟି, ଲାଗିଲା ୧୧ କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ବହୁତ ବଡ ଝଟକା। ଲାଗିଲା ୧୧.୩୮ କୋଟି ଟଙ୍କାର ଜରିମାନା। ଆମେରିକା ସରକାର କୋଭିଡ୍-୧୯ ମହାମାରୀ ସମୟରେ ଉଡାଣ ରଦ୍ଦ ହେବା କିମ୍ବା ସମୟ ପରିବର୍ତ୍ତନରେ ପ୍ରଭାବିତ ଯାତ୍ରୀଙ୍କୁ ଟିକେଟ୍ ପଇସା ଫେରାଇବା ପାଇଁ ଏୟାର ଇଣ୍ଡିଆ ଉପରେ ୧୪ ଲକ୍ଷ ଡଲାର ଅର୍ଥାତ ୧୧.୩୮ କୋଟି ଟଙ୍କାର ଜରିମାନା ଲଗାଯାଇଛି। କେବଳ ଏତିକି ନୁହେଁ ଯାତ୍ରୀଙ୍କ ଟିକଟ୍ ବାବଦରେ ୯୮୮ କୋଟି ଟଙ୍କା ଫେରାଇବାକୁ କହିଛି।

ଆମେରିକା ପରିବହନ ବିଭାଗ ସୋମବାର କହିଛନ୍ତି ଯେ, ଏୟାର ଇଣ୍ଡିଆ ସେହି ଛଅ ଏୟାରଲାଇନ୍ସରେ ସାମିଲ୍, ଯେଉଁମାନେ ଯାତ୍ରୀଙ୍କୁ ରିଫଣ୍ଡ ଭାବେ ମୋଟ୍ ୬୦ କୋଟି ଡଲାର ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏୟାର ଇଣ୍ଡିଆକୁ ମଧ୍ୟ ୧୨.୧୫ କୋଟି ଡଲାର(୯୮୮ କୋଟି) ଫେରାଇବାକୁ କୁହାଯାଇଛି। ଆମେରିକା ସରକାରଙ୍କ ନିୟମ ଅନୁଯାୟୀ, ଉଡାଣ ରଦ୍ଦ ହେବା କିମ୍ବା ସେଥିରେ ପରିବର୍ତ୍ତନ ହେଲେ ଯାତ୍ରୀଙ୍କୁ ଟିକଟର ଅର୍ଥ ଫେରାଇବାକୁ ପଡିବ।

ବିଭାଗୀୟସ୍ତରୀରେ ତଦନ୍ତରୁ ଜଣା ପଡିଛି ଯେ, ଏୟାର ଇଣ୍ଡିଆ ରିଫଣ୍ଡର ଅଧାରୁ ଅଧିକ ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ନିର୍ଦ୍ଧାରିତ ୧୦୦ ଦିନରୁ ଅଧିକ ସମୟ ନେଇଛି। ଏହି ବିଳମ୍ବ ମାମଲା ଟାଟା ଗ୍ରୁପ ଦ୍ଵାରା ଏୟାର ଇଣ୍ଡିଆର ଅଧିଗ୍ରହଣ ପୂର୍ବରୁ ହୋଇଛି। ଏୟାର ଇଣ୍ଡିଆ ବ୍ୟତୀତ ଫ୍ରଣ୍ଟିୟର, ଟିଏପି ପର୍ତ୍ତୁଗାଲ, ଏୟାରୋ ମେକ୍ସିକୋ, ଇଆଇ ଏଆଇ ଏବଂ ଏଭିଏଙ୍କା ଏୟାରଲାଇନ୍ ଉପରେ ମଧ୍ୟ ଆମେରିକା ସରକାର ଜରିମାନା ଲଗାଇଛନ୍ତି।

Get real time updates directly on you device, subscribe now.