fbpx

କୋରନାରେ ସଂକ୍ରମିତ ହେଲେ ଜୋ ବାଇଡେନ, ଡାକ୍ତର ଦେଲେ ଏହି ପରାମର୍ଶ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କୋଭିଡ-୧ରେ ସଂକ୍ରମିତ ହୋଇଛନ୍ତି । ହ୍ୱାଇଟ ହାଉସ ଏହାର ସୂଚନା ଦେଇଛି । ବାଇଡେନଙ୍କ ମଧ୍ୟରେ କୋଭିଡର ସ୍ୱଳ୍ପ ଲକ୍ଷଣ ଦେଖିବାକୁ ମିଳିଛି । ଏକ ଅଫିସିଆଲ ବିବୃତ୍ତିରେ କୁହାଯାଇଛି ଯେ, ‘ବାଇଡେନ ଡେଲବେୟର ଫେରୁଛନ୍ତି, ଯେଉଁଠାରେ ସେ ନିଜକୁ ସେଲ୍ଫ-ଆସୋସିଏଟ କରିବେ ଏବଂ ନିଜର କାମ କରିବା ଜାରି ରଖିବେ ।’ ୮୧ ବର୍ଷୀୟ ଜୋ ବାଇଡେନ ବୁଧବାର ଦିନ କୋଭିଡ ପଜିଟିଭ ହୋଇଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ସେ ଲାସ ବେଗସରେ ନେସନାଲ କନଭେସନରେ ଭାଗ ନେଇଥିଲେ ।

ଲାସ ଭେଗାସରେ ହୋଇଥିବା ନିର୍ବାଚନ ରାଲିରେ ବାଇଡେନ ନିଜର ପ୍ରତିଦ୍ୱନ୍ଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ । ସେ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ କରାଯାଇଥିବା ନୀତି ଏବଂ ଦେଶରେ ବନ୍ଧୁକ ହିଂସାକୁ ନିନ୍ଦା କରିଛନ୍ତି । ହ୍ୱାଇଟ ହାଉସ କହିଛି ଯେ, ଆମେରିକାର ରାଷ୍ଟ୍ରପତିଙ୍କୁ ସଂପୂର୍ଣ୍ଣ ଟୀକାକରଣ କରାଯିବା ସହ କୋଭିଡ୧୯ର ଏକ ବୁଷ୍ଟର ଡୋଜ ମଧ୍ୟ ମିଳିଛି । ଏହାପରେ ବି ସେ କୋଭିଡ ସଂକ୍ରମିତ ହୋଇଛନ୍ତି।

ରାଷ୍ଟ୍ରପତିଙ୍କ ଡାକ୍ତର ଖୁଲାସା କରିଛନ୍ତି ଯେ, ବାଇଡେନଙ୍କୁ ନିଶ୍ୱାସ ସମ୍ବନ୍ଧୀୟ ଲକ୍ଷଣ ଥିଲା । ତାଙ୍କୁ ଥଣ୍ଡା ହୋଇଥିଲା ଏବଂ କାଶ ମଧ୍ୟ ହୋଇଥିିଲା । ହ୍ୱାଇଟ ହାଉସର ପ୍ରେସ ସଚିବ କୈରୀନ ଜୀନ-ପିୟରେ ଦ୍ୱାରା ପ୍ରଦାନ କରାଯାଇଥିବା ତାଙ୍କ ତାଙ୍କ ଡାକ୍ତରଙ୍କ ଏକ ନୋଟରେ କୁହାଯାଇଛି ଯେ, ସେ ଦିନର ପ୍ରଥମ ଘଟଣା ପର୍ଯ୍ୟନ୍ତ ଭଲ ଅନୁଭବ କରୁଥିଲେ, କିନ୍ତୁ ପରେ ଏହା ଖରାପ ହେବାକୁ ଲାଗିଲା । କୋଭିଡ ଟେଷ୍ଟ ପରେ ପଜିଟିଭ ହୋଇଥିଲା । ରାଷ୍ଟ୍ରପତି ନିଜକୁ ସିଡିସୀର ଗାଇଡଲାଇନ ମୁତାବକ ସେଲ୍ଫ ଆଇସୋଲେଟ କରିବେ ।

Get real time updates directly on you device, subscribe now.