ଟ୍ରମ୍ପଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର! UNGA ରେ ଭାଷଣ ପୂର୍ବରୁ ସାଇବର ଆଟାକ୍, US ସିକ୍ରେଟ ସର୍ଭିସ ଯୋଜନାକୁ କଲା ପଣ୍ଡ
ଟ୍ରମ୍ପଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ରର ହେଲା ପର୍ଦ୍ଦାଫାସ । UNGA ରେ ଭାଷଣ ପୂର୍ବରୁ ଟ୍ରମ୍ପଙ୍କ ଉପରେ ହୋଇଥିବା ସାଇବର ଆଟାକକୁ US ସିକ୍ରେଟ ସର୍ଭିସ କଲା ପଣ୍ଡ ।
ୱାଶିଂଟନ: US ସିକ୍ରେଟ ସର୍ଭିସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ଜାତିସଂଘ ସାଧାରଣ ସଭା (UNGA)ର 80ତମ ଅଧିବେଶନ ପୂର୍ବରୁ US ସିକ୍ରେଟ ସର୍ଭିସ ନ୍ୟୁୟର୍କରେ ଏକ ବଡ଼ ସାଇବର ଆଟାକକୁ ପଣ୍ଡ କରିଛି।
ସିକ୍ରେଟ ସର୍ଭିସ ମଙ୍ଗଳବାର (23 ସେପ୍ଟେମ୍ବର, 2025) ଘୋଷଣା କରିଛି ଯେ ଏହା 300 ରୁ ଅଧିକ SIM ସର୍ଭର ଏବଂ ପ୍ରାୟ 1 ଲକ୍ଷ SIM କାର୍ଡ ଜବତ କରିଛି। ଏହି SIM କାର୍ଡଗୁଡ଼ିକ ଆମେରିକୀୟ ଅଧିକାରୀଙ୍କ ବିରୁଦ୍ଧରେ ଟେଲିକମ୍ ସମ୍ବନ୍ଧୀୟ ଧମକ ଏବଂ ସାଇବର ଆକ୍ରମଣ ପାଇଁ ବ୍ୟବହୃତ ହେଉଥିଲା। ଏହି ଷଡ଼ଯନ୍ତ୍ର ଜାତିସଂଘ ସାଧାରଣ ସଭାରେ ଡୋନାଲ୍ଡ ଟ୍ରମ୍ପଙ୍କ ଭାଷଣ ପୂର୍ବରୁ ପ୍ଲାନ ହୋଇଥିଲା।
ଏହା ଆମେରିକାର ସୁରକ୍ଷା ଏଜେନ୍ସି ଦ୍ୱାରା ଏପରି ଏକ ସମୟରେ ଚିହ୍ନଟ କରାଯାଇଥିଲା ଯେତେବେଳେ ବିଶ୍ୱ ନେତାମାନେ ଜାତିସଂଘ ସାଧାରଣ ସଭା ପାଇଁ ଆମେରିକାରେ ପହଞ୍ଚିଥିଲେ। ସିକ୍ରେଟ୍ ସର୍ଭିସ୍ ଏକ ବିବୃତ୍ତିରେ କହିଛି, “ଏହି ନେଟୱାର୍କ ବେନାମୀ ଟେଲିଫୋନିକ୍ ଧମକ ସହିତ ସାଇବର ଆକ୍ରମଣ କରିବାକୁ ସକ୍ଷମ ଥିଲା। ଏଥିରେ ଏତେ କ୍ଷମତା ଯେ, ଯଦ୍ବାରା ସେଲ୍ ଫୋନ୍ ଟାୱାରଗୁଡ଼ିକ ନିଷ୍କ୍ରିୟ ବି କରିପାରିଥାନ୍ତା । ଏହା ବ୍ୟତୀୟ ଏଥିରେ ଡିନାୟଲ ଅଫ୍ ସର୍ଭିସ ଆଟାକ ଏବଂ ଅପରାଧ ସିଣ୍ଡିକେଟ୍ସ , ଏନକ୍ରିପ୍ଟେଡ୍ ଯୋଗାଯୋଗକୁ ସହଜ କରିବାର କ୍ଷମତା ଥିଲା।”
ନ୍ୟୁୟର୍କର ଯେଉଁ ସ୍ଥାନଗୁଡ଼ିକରେ ସିକ୍ରେଟ୍ ସର୍ଭିସ୍ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ତାହା ଚାଲୁଥିବା ମିଳିତ ଜାତିସଂଘ ସାଧାରଣ ସଭା (UNGA) ଠାରୁ 35 ମାଇଲ ମଧ୍ୟରେ ଅବସ୍ଥିତ। ନ୍ୟୁୟର୍କର ଟେଲିକମ୍ୟୁନିକେସନ୍ ପାଇଁ ଏହି ଡିଭାଇସଗୁଡ଼ିକ ସୃଷ୍ଟି କରୁଥିବା ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି, ସୁରକ୍ଷା ଏଜେନ୍ସି ନେଟୱାର୍କକୁ ବିପର୍ଯ୍ୟସ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେଇଛି। ଡିଭାଇସଗୁଡ଼ିକର ବର୍ତ୍ତମାନ ଫୋରେନସିକ୍ ପରୀକ୍ଷା କରାଯାଉଛି।