ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣ ଦୋଷୀ ତହିବୁର ରାଣାକୁ ଭାରତ ଅଣାଯିବ । ଆମେରିକାର ସୁପ୍ରିମକୋର୍ଟ ତାଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଛନ୍ତି । ଗୋଟିଏ ପ୍ରକାରେ ଏହା ଆମେରିକୀୟ ଦରବାରରେ ଭାରତ ପାଇଁ ଏକ ବଡ଼ ବିଜୟ ।
ଅଗଷ୍ଟ ୨୦୨୪ରେ, ଆମେରିକାର କୋର୍ଟ ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାଙ୍କୁ ଭାରତ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ବର୍ଷ ସେପ୍ଟେମ୍ବରରେ ହିଁ ତଳ କୋର୍ଟ ତହିବୁର ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ପଥ ପରିଷ୍କାର କରିଥିଲେ ।
କିନ୍ତୁ ରାଣା ନିମ୍ନ ଅଦାଲତର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଶୁକ୍ରବାର ଏ ସମ୍ପର୍କରେ ନିଷ୍ପତ୍ତି ସାମ୍ନାକୁ ଆସିଛି । ଆମେରିକାର ସୁପ୍ରିମକୋର୍ଟ ତଳ କୋର୍ଟର ନିଷ୍ପତ୍ତିକୁ ସମର୍ଥନ କରିଥିଲେ ଏବଂ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଅନୁମୋଦନ କରିଥିଲେ । ତେଣୁ ଏବେ ଏହି ଆତଙ୍କବାଦୀକୁ ଭାରତ ଅଣାଯିବ । ତାଙ୍କର ବିଚାର ଆରମ୍ଭ ହେବ । ୨୬/୧୧ ଆକ୍ରମଣ ସମ୍ପର୍କରେ ତାଙ୍କର ଷଡ଼ଯନ୍ତ୍ର ସମ୍ପର୍କରେ ପଚରାଯିବ କରାଯିବ ।