fbpx

ଆପଣ ପାର୍ଟନରଙ୍କ ମନରେ ଆଘାତ ଦେଇଛନ୍ତି କି? ତେବେ ଗାର୍ଲଫ୍ରେଣ୍ଡଙ୍କୁ ମନାଇବାକୁ ଆପଣାନ୍ତୁ ଏହି ଟିପ୍ସ

ରିଲେସନସିପରେ ରହିଥିବା ପୁଅଝିଅଙ୍କ ପାଇଁ ବ୍ରେକଅପ୍ ଏକ ବଡ଼ ପ୍ରଶ୍ନ । ଅନେକଙ୍କ ମନରେ ଏଇ ପ୍ରଶ୍ନ ଉଙ୍କି ମାରୁଥାଏ ଯେ, ସେମାନେ କଣ ପୁଣି ଥରେ ସେମାନଙ୍କର ପୁରୁଣା ପ୍ରେମକୁ ଫେରି ପାଇବେ? ତେବେ ଏହା ସମ୍ପୂର୍ଣ୍ଣ ଭାବେ ଆପଣ ଓ ଆପଣଙ୍କ ସାଥୀଙ୍କର ପରସ୍ପରକୁ ବୁଝିବା ଉପରେ ନିର୍ଭର କରେ । ଆସନ୍ତୁ ଜାଣିବା, ଏପରି କିଛି ଟିପ୍ସ ବିଷୟରେ ଯାହାର ଉପଯୋଗ କରି ଆପଣ ନିଜର ପୁରୁଣା ସମ୍ପର୍କକୁ ପୁଣି ଥରେ ଯୋଡ଼ି ପାରିବେ ।

– ଯଦି ଆପଣ ନିଜର ପ୍ରିୟ ଗାର୍ଲଫ୍ରେଣ୍ଡଙ୍କ ମନକୁ ଆଘାତ ଦେଇଥାନ୍ତି, ତେବେ ପୁରୁଣା କଥା ବିଷୟରେ ଆଲୋଚନା କରନ୍ତୁ ନାହିଁ । ତାଙ୍କୁ କ୍ଷମା ମାଗି ନେବା ସହ ଭବିଷ୍ୟତରେ ଏପରି ଭୁଲ କେବେ ହେବ ନାହିଁ ବୋଲି ପ୍ରତିଜ୍ଞା କରନ୍ତୁ ।

– ଯଦି ସେ ଆପଣଙ୍କ ସହିତ ବାହାରକୁ ଯିବାକୁ ରାଜି ନ ହୁଅନ୍ତି, ତେବେ ତାଙ୍କୁ ସମର୍ଥନ କରନ୍ତୁ । ନ ଯିବାର କାରଣ ବିଷୟରେ ଭଲ ଭାବେ ଜାଣି ନିଅନ୍ତୁ । କିଛିଦିନ ପରେ ସେ ଆପଣଙ୍କୁ ନିଶ୍ଚୟ ସହଯୋଗ କରିବେ ।

– ଆପଣଙ୍କର ପ୍ରିୟତମା ଯଦି ସାମାନ୍ୟ ଉଦାସ ଥାଆନ୍ତି, ତେବେ ତାଙ୍କର ମନକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ତାହା ବୁଝିବାରେ ଅକ୍ଷମ, ତେବେ ଜାଣିନିଅନ୍ତୁ ଆପଣ ପାର୍ଟନରଙ୍କର ହୃଦୟର ଗଭୀରତମ ଭାବନାକୁ ସ୍ପର୍ଶ କରିପାରି ନାହାନ୍ତି ।

Get real time updates directly on you device, subscribe now.