ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସ ସମୋରୋହ ପାଳିତ

ପଦ୍ମଭୂଷଣ ଡ. ପ୍ରତିଭା ରାୟ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ବିଶ୍ବବିଦ୍ୟାଳୟର ମୁଖପତ୍ର ‘ରୂପାୟନ’ର ରୌପ୍ୟ ଜୟନ୍ତୀ ବିଶେଷାଙ୍କ, ଦୃଶ୍ୟକା ବିଭାଗର ଚିତ୍ରପତ୍ରିକା ‘ସୃଷ୍ଟି’ ଓ ବିଶ୍ବବିଦ୍ୟାଳୟର କ୍ୟାଲେଣ୍ଡର ଲୋକାର୍ପିତ ହୋଇଥିଲା।

ଭୁବେନଶ୍ବର: ଭତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସ ସମାରୋହ ସଂସ୍କୃତି ବିହାରସ୍ଥିତ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହାର ଉଦ୍‌ଘାଟନୀ ସମୋରୋହରେ ବରିଷ୍ଠ ଭାଷାତତ୍ତ୍ବବିତ୍‌ ପଦ୍ମଶ୍ରୀ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟଅତିଥିଭାବେ ଯୋଗଦେଥିଲେ ।

ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଦିଗରେ ଏହି ବିଶ୍ବବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରଫେସର ପଟ୍ଟନାୟକ ନିଜ ଭାଷଣରେ କହିଛନ୍ତି । ବିଶିଷ୍ଟ କଥାଶିଳ୍ପୀ ପଦ୍ମଭୂଷଣ ଡ. ପ୍ରତିଭା ରାୟ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଆଜିର ଦିନରେ ସଂସ୍କୃତି ସମ୍ପର୍କରେ ଅଧିକ ଅଧ୍ୟୟନ ଯୁବପିଢ଼ିଙ୍କ ନିମନ୍ତେ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ଓ ଏହି ବିଶ୍ବବିଦ୍ୟାଳୟ ଉତ୍କଳୀୟ ସଂସ୍କୃତିର ବିକାଶଦିଗରେ ଭାରତବର୍ଷର ଏକ ଅଦ୍ବିତୀୟ ଉଚ୍ଚଶିକ୍ଷାନୁଷ୍ଠାନ ବୋଲି ସେ ଉେଲ୍ଲଖ କରିଥିଲେ। ବରିଷ୍ଠ ଭାସ୍କର୍ୟ୍ୟବିତ୍‌ ପଦ୍ମବିଭୂଷଣ ଶ୍ରୀଯୁକ୍ତ ସୁଦର୍ଶନ ସାହୁ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ବବିଦ୍ୟାଳୟକୁ ଆମ ସଂସ୍କୃତିର ସଂରକ୍ଷଣ ପୀଠ ଭାବେ ଅଭିହିତ କରିଥିଲେ।

କୁଳପତି ତାଙ୍କ ସଭାପତିତ୍ବ ଅଭିଭାଷଣରେ ଏହି ବିଶ୍ବବିଦ୍ୟାଳୟ ଆମ ସାଂସ୍କୃତିକ ପରମ୍ପରାରେ ବିଶ୍ବାସ କରେ ଏବଂ ଆମ ସଂସ୍କୃତିର ସାମୂହିକ ସମୃଦ୍ଧି ଏହି ବିଶ୍ବବିଦ୍ୟାଳୟର ମୂଳ ଲକ୍ଷ୍ୟ ବୋଲି ମତଦେଇଥିଲେ।

ଏହି ଅବସରରେ ବିଶ୍ବବିଦ୍ୟାଳୟର ମୁଖପତ୍ର ‘ରୂପାୟନ’ର ରୌପ୍ୟ ଜୟନ୍ତୀ ବିଶେଷାଙ୍କ, ଦୃଶ୍ୟକା ବିଭାଗର ଚିତ୍ରପତ୍ରିକା ‘ସୃଷ୍ଟି’ ଓ ବିଶ୍ବବିଦ୍ୟାଳୟର କ୍ୟାଲେଣ୍ଡର ଲୋକାର୍ପିତ ହୋଇଥିଲା। କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ବିଶ୍ବବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିବାବେଳେ ଉପସ୍ଥାପନା କରିଥିବାବେଳେ ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ଧରଣୀଧର ରଣା ଧନ୍ୟବାଦ ଅର୍ପଣ କରିଥିଲେ।

ସହକାରୀ ପ୍ରଫେସର ଡ. ଆଶିଷ ମହାପାତ୍ର କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ। ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଉପଲକ୍ଷେ ଦୃଶ୍ୟକଳା ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଥିଲା। ଡ. ଜ୍ଞାନ ରଞ୍ଜନ ପଣ୍ଡାଙ୍କ ସେଂଯାଜନା ଓ ଗୁରୁ ଡ. ଧୀରଜ କୁମାର ମହାପାତ୍ର, ଡ. ଇତିଶ୍ରୀ ସାହୁ, ଡ. ସନ୍ଦୀପ କୁମାର ରାଉତଙ୍କ ନିର୍ଦ୍ଦେଶନାରେ ଆୟୋଜିତ ସାଂସ୍କୃତିକ କାର୍ୟ୍ୟକ୍ରମରେ ଓଡ଼ିଶୀ ସଂଗୀତ, ହିନ୍ଦୁସ୍ତାନୀ ସଂଗୀତ, ବୃନ୍ଦ ତବଲା ବାଦନ, ଯନ୍ତ୍ର ସଂଗୀତ, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ନାଟକ ‘ଏ ନବଘନର ଘର’ ପରିବଷିତ ହୋଇଥିଲା। ଏହି ଉତ୍ସବରେ ବିଶ୍ବବିଦ୍ୟଳୟର ସମସ୍ତ ଶିକ୍ଷକବୃନ୍ଦ , ଛାତ୍ରଛାତ୍ରୀ, କର୍ମଚାରୀ ଓ ନିମନ୍ତ୍ରିତ ଅତିଥି ଯୋଗଦେଇଥିଲେ।