ସରକାରୀ ଚାକିରିର ଏତେ ପାଓ୍ବାର! ବରମାଳା ପିନ୍ଧିବା ପରେ କନ୍ୟା ଜାଣିପାରିଲା ବରର ଚାକିରି, ପ୍ରାଇଭେଟ ଚାକିରିଆକୁ ବାହା ହେବନି କହି ଭାଙ୍ଗିଦେଲା ବାହାଘର
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫରୁଖବାଦରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ବରକୁ କନ୍ୟା ବରମାଳା ପିନ୍ଧାଇବା ପରେ ସାତଫେରା ନେବା ପାଇଁ ମନା କରିଦେଇଥିବା ଜଣାପଡିଛି । ଏହା ପଛର କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସୂଚନା ଅନୁସାରେ, କନ୍ୟାକୁ କୁହାଯାଇଥିଲା ଯେ, ବର ସରକାରୀ ଚାକିରି କରୁଛି । କିନ୍ତୁ ବର ଜଣେ ପ୍ରାଇଭେଟ ଇଞ୍ଜିନିୟର ଥିଲା । ତେବେ ଏନେଇ କୌଣସି ପ୍ରକାରେ କନ୍ୟା ଜାଣିବାକୁ ପାଇଥିଲା । ପରେ ବାହାଘର ପାଇଁ ମନା କରିଦେଇଥିଲା । ଉଭୟ ପକ୍ଷର ଲୋକେ କନ୍ୟାକୁ ବୁଝାଇଥିଲେ ମଧ୍ୟ ସେ ବାହା ହେବା ପାଇଁ ମନା କରିଦେଇଥିଲେ ।
ଫରୁକବାଦରେ ଜଣେ ସରକାରୀ କ୍ଲର୍କଙ୍କର ପୁଅର ବାହାଘର ହେଉଥିଲା । ବରକୁ କନ୍ୟା ପକ୍ଷରୁ ଧୁମଧାମରେ ସ୍ବାଗତ ମଧ୍ୟ କରାଯାଇଥିଲା । ପ୍ରଥମେ ପୂଜା ପରେ ଦୁହେଁ ବରମାଳା ପିନ୍ଧାଇଥିଲେ । ଏହାସହିତ ଅନ୍ୟ କିଛି ରିତିନୀତି ମଧୟ ହୋଇଥିଲା । ତେବେ ଏହି ସମୟରେ ଜଣେ ସମ୍ପର୍କୀୟ ବରକୁ ଚାକିରି ବିଷୟରେ ପଚାରିବା ପରେ ସବୁ ଓଲଟ ପାଲଟ ହୋଇଯାଇଥିଲା । ବର ସିଭିଲ ଇଞ୍ଜିନିୟର ରହିଥିବା ଜାଣିବା ପରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ବର ସରକାରୀ ଚାକିରି କରୁଥିବା ନେଇ କନ୍ୟାକୁ କୁହାଯାଇଥିଲା । ସେ ପ୍ରାଇଭେଟ ଚାକିରି କରୁଥିବା ପୁଅକୁ ବାହା ହେବନି କହି ସଫା ସଫା ମନା କରିଦେଇଥିଲା କନ୍ୟା । ଏହାପରେ ବରର ସାଲାରୀ ସ୍ଲିପ ଦେଖାଯାଇଥିଲା କିନ୍ତୁ କନ୍ୟା ରାଜି ହୋଇନଥିଲା । ପରେ ବରକୁ ବିବାହ ଅଧାରୁ ଫେରିବାକୁ ପଡିଥିଲା ।