fbpx

IIT ରେ ଖାଲିପଡିଛି ଅନେକ ପଦବୀ: ଦରମା ଲକ୍ଷେ ଉପରେ, ଏପରି କରନ୍ତୁ ଆବେଦନ

IITରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର। ଆଇଆଇଟି କାନପୁରରେ ଖାଲିପଡିଛି ଅନେକ ପଦବୀ। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ iitk.ac.in କୁ ଯାଇ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାନୁଆରୀ ୯ ପର୍ଯ୍ୟନ୍ତ ଚାଲିବ ।

ପଦବୀ ବିବରଣୀ : ୧୩୧

ଆସିଷ୍ଟାଣ୍ଟ ଏଗଗିକ୍ୟୁଟିଭ : ୪

ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର: ୧

ମେଡିକାଲ ଅଫିସର : ୩

ଜୁନିଅର ଇଂଜିନିୟର : ୧୦

ଟେକ୍ନିକାଲ ସୁପରିଟେଣ୍ଡେଣ୍ଟ : ୪

ଫିଜିକାଲ ଟ୍ରେନିଂ ଇନଷ୍ଟ୍ରକ୍ଟର : ୨

ଫାଷ୍ଟ ନର୍ସ : ୪

ଜୁନିଅର ଟେକ୍ନିସିଆନ : ୧୦୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୯ ଜାନୁଆରୀ, ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି ।

ବୟସ ସୀମା : ଗ୍ରୁପ ଏ ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୪୫ ବର୍ଷ ହେବା ଜରୁରୀ। ସେହିପରି ଗ୍ରୁପ ବି ପଦ ପାଇଁ ବୟସ ସୀମା ୨୧ ଏବଂ ସର୍ବାଦିକ ୩୫ ବର୍ଷ ହେବା ଗରୁରୀ। ଗ୍ରୁପ ସି ପଦ ପାଇଁ ସର୍ବାଧିକ ବୟସ ୩୦ ବର୍ଷ ନିର୍ଦ୍ଧାରଣ କରାଯାଇଛି ।

ଦରମା : ଗ୍ରୁପ ଏ ପଦବୀରେ ଚୟନିତ ପ୍ରାର୍ଥୀଙ୍କୁ ମାସିକ ୫୬,୧୦୦ରୁ ୧,୭୭,୫୦୦ ଟଙ୍କା ଦରମା ମିଳିବ। ଗ୍ରୁପ ବି ପ୍ରାର୍ଥୀଙ୍କୁ ୩୫,୪୦୦ରୁ ୧,୧୨,୪୦୦ ଟଙ୍କା ମାସିକ ଏବଂ ଗ୍ରୁପ ସି ପ୍ରାର୍ଥୀଙ୍କୁ ୨୧,୭୦୦ରୁ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

ଆବେଦନ ଶୁଳ୍କ : ଗ୍ରୁପ ଏ ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ହେବ। ସେହିଭଳି ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଭରିବାକୁ ହେବ। ଗ୍ରୁପ ବି ପାଇଁ ଆବେଦନ କରିଥିବା ସାଧାରଣ ବର୍ଗ ପ୍ରାର୍ଥୀ ଏବଂ ଓବିସି ପ୍ରାର୍ଥୀ ୭୦୦ ଟଙ୍କା ଭରିବାକୁ ହେବ। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀ ଏବଂ ମହିଳାଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

କେମିତି କରିବେ ଆବେଦନ : ଏହି ଭର୍ତ୍ତି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ iitk.ac.in କୁ ଯାଇ ୯ ଜାନୁଆରୀ ପୂର୍ବରୁ ଆବେଦନ କରିପାରିବେ ।

Get real time updates directly on you device, subscribe now.