fbpx

ମାର୍ଚ୍ଚ ୧ରୁ ବରିଷ୍ଠ ନାଗରିକଙ୍କୁ ଟିକା

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟରେ କୋଭିଡ ଟିକାର ଦ୍ୱିତୀୟ ଡୋଜ ଆରମ୍ଭ ହୋଇଛି । ମାର୍ଚ୍ଚ ୧ରୁ ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇ କହିଛନ୍ତି । ଏହା ସହ ରାଜ୍ୟରେ କୋଭିଡ ଟିକାକରଣ ନେଇ ସେ କହିଛନ୍ତି ଯେ, ‘ବ୍ରିଟେନ ଓ ଆଫ୍ରିକାର କୋରୋନା ଭୂତାଣୁକୁ ପ୍ରତିହତ କରିପାରିବ ଟିକା । ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ପ୍ରତିହତ କରିବାକୁ ସକ୍ଷମ । ପ୍ରଥମ ପର୍ଯ୍ୟାୟରେ ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୮୦% ଟିକା ନେଇଛନ୍ତି । ପ୍ରଥମ ଡୋଜ ଟିକାଦାନ ଚାଲିବ । ଦ୍ୱିତୀୟ ଡୋଜ ଆଜିଠୁ ଆରମ୍ଭ ହୋଇଛି ।’

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସ ୧୬ ତାରିଖରୁ ସାରା ଦେଶରେ କୋଭିଡ୍ ଟିକାକରଣ ଆରମ୍ଭ କରାଯାଇଥିଲା । ଫେବୃଆରୀ ୧୩ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ସୁଦ୍ଧା ଅନେକ ଜିଲ୍ଲାର କିଛି ସ୍ୱାସ୍ଥ୍ୟ କର୍ମୀ ଏଯାଏଁ ଟିକା ନେଇନାହାନ୍ତି । ତେଣୁ ପ୍ରଥମ ଡୋଜ୍ ଟିକା ନେଇନଥିବା ସ୍ୱାସ୍ଥ୍ୟକର୍ମୀ ଫେବୃଆରୀ ୨୫ ତାରିଖ ସୁଦ୍ଧା ଟିକା ନେବାକୁ କୁହାଯାଇଛି ।

Get real time updates directly on you device, subscribe now.