fbpx

ବନ୍ଦ ପାଳନ ବେଳେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଉଛି । ଭୁବନେଶ୍ୱରରେ କଂଗ୍ରେସର ବନ୍ଦ ପାଳନ ବେଳେ ବିକ୍ଷୋଭ ଦେଖିବାକୁ ମିଳିଛି । ବିଧାନସଭା ଆଡକୁ ଆସୁଥିବା ବେଳେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଭୁବନେଶ୍ୱରର ପିଏମଜିରେ ପୋଲିସ ସହ ଧସ୍ତାଧସ୍ତି, ଠେଲାପେଲା ହୋଇଛନ୍ତି କଂଗ୍ରେସ କର୍ମୀ । ଫଳରେ ଶତାଧିକ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।

ତେବେ ଆଜି ବନ୍ଦ ପାଳନ ଅବସରରେ ରାଜଧାନୀର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ ସହ ରାସ୍ତାରୋକ କରିଛନ୍ତି । ତେଣୁ ବାଣୀବିହାର ଛକରେ ପୋଲିସ ମୁୟତନ କରାଯାଇଛି । ରାଜଧାନୀର ଜାତୀୟ ରାଜପଥରେ ଶହ ଶହ ଗାଡ଼ି ଅଟକି ରହିଛି । ଭୁବନେଶ୍ୱର ରେଳ ଷ୍ଟେସନରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ରେଳରୋକ କରାଯାଇଛି । ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍ ନଥିାରୁ ଯାତ୍ରୀମାନେ ହସ୍ତହନ୍ତ ହୋଇଛନ୍ତି । ବିବାହ ଗାଡ଼ି, ଔଷଧ ସେବା, ଆମ୍ବୁଲାନ୍ସକୁ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି । ବନ୍ଦ ପାଳନକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି । ତେବେ ଆଜି ‘ମୋ ବସ୍’ ସେବା ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.