fbpx

ହନିଟ୍ରାପ ଜାଲରେ ‘ବିଗ ବସ’: ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ନଗ୍ନ ଫଟୋ

ନୂଆଦିଲ୍ଲୀ: ନିର୍ଯ୍ୟାତନା ଦେଇ ଅପଦସ୍ଥ କରିଥିବା ‘ବସ୍’ଙ୍କର ଅଶ୍ଳୀଳ ଫଟୋ ସେୟାର କରି ପ୍ରତିଶୋଧ ନେଇଛନ୍ତି କର୍ମଚାରୀ । ତେବେ କର୍ମଚାରୀ ଦୁଇଜଣ ‘ବସ୍’ଙ୍କୁ ହନିଟ୍ରାପ କରାଇ ଏପରି କରିଥିବା ସୂଚନା ମିଳିଛି । ସେମାନେ ୩ ମାସ ଧରି ଏପରି କରିବା ପରେ ‘ବସ୍’ଙ୍କର ନଗ୍ନ ଏବଂ ଅନ୍ତରଙ୍ଗ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିବା ପୁଲିସ କହିଛି ।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ସେମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି । ସେମାନେ କାମ କରୁଥିବା କମ୍ପାନୀରେ ବସ ଦେଉଥିବା ଅପମାନକୁ ସଯ୍ୟ କରିନପାରି ସେମାନେ ଚାକିରୀ ଛାଡ଼ିଥିଲେ । ତେବେ ୩ ମାସ ପରେ ସେମାନେ ମିଳିଥିବା ଅପମାନର ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏଥି ପାଇଁ ଦୁହେଁ ଇନଷ୍ଟାଗ୍ରାମରେ ଜଣେ ମହିଳାଙ୍କ ନାଁରେ ଏକ ଫେକ ଆକାଉଣ୍ଟ ଖୋଲି ପ୍ରାୟ ୪ ମାସ ତାଙ୍କ ‘ବସ୍’ଙ୍କ ସହିତ ଚାଟିଂ କଲେ ।

ତେବେ ଏହି ସମୟ ମଧ୍ୟରେ ସେମାନେ ବିଭିନ୍ନ ଯୌନଉଦ୍ଦୀପକ କଥାବର୍ତ୍ତା ହେବା ସହିତ ଇଣ୍ଟରନେଟରୁ ଡାଉନଲୋଡ଼ କରି ନଗ୍ନ ଫଟୋ ସବୁ ମଧ୍ୟ ପଠାଇଥିଲେ । ଅନ୍ୟପକ୍ଷରେ ବସ୍ ମଧ୍ୟ ଏହାକୁ ସତ ଭାବି ନିଜର ନଗ୍ନ ଫଟୋ ସବୁ ପଠାଇବା ଆରମ୍ଭ କରିଥିଲେ । ତେବେ ଫଟୋ ସବୁ ପଠାଇବା ପରେ ଉକ୍ତ ଆକାଉଣ୍ଟରୁ ବସ୍ଙ୍କ ପାଖକୁ ମେସେଜ ଆସିବା ବନ୍ଦ ହୋଇଗଲା । ଏହି ଘଟଣା ଘଟିବାର କିଛି ଦିନ ମଧ୍ୟରେ ‘ବସ୍’ଙ୍କ ପାଖକୁ ଏକ ଇମେଲ ଆସିଥିଲା ଯେଉଁଥିରେ ତାଙ୍କର ଅଶ୍ଳୀଳ ଫଟୋ ଏବଂ ଚାଟ ସବୁ ରହିଥିଲା । ତେବେ ଏହାକୁ ଦେଖିବା ପରେ ବସ୍ ହନିଟ୍ରାପ ହୋଇଥିବା ଜାଣି ଭୟଭୀତ ହୋଇଥିଲେ । ତେବେ ପ୍ରାୟ ୩ ମାସ ଏପରି ଚାଲିବା ପରେ ସେମାନେ ‘ବସ୍’ଙ୍କ ସ୍ତ୍ରୀଙ୍କ ପାଖକୁ ମଧ୍ୟ ଏହି ସବୁ ଫଟୋ ଏବଂ ମେସେଜ ପଠାଇଥିଲେ ।

ତେବେ ପରିସ୍ଥିତି ଖରାପ ହେବା ପରେ ବସ୍ ଏନେଇ ସାଇବର ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ । ସେମାନଙ୍କ ଅଭିଯୋଗ ଆଧାରରେ ସାଇବର ପୁଲିସ ଅଭିଯୁକ୍ତଙ୍କର ଆଇପି ଆଡ୍ରେସ ଟ୍ରାକ କରି ଦୁହିଁଙ୍କୁ ଧରିଥିଲା । ତେବେ ଧରାପଡ଼ିବା ପରେ ଉଭୟ ‘ବସ୍’ଙ୍କ ଠାରୁ ଅପମାନର ପ୍ରତିଶୋଧ ନେବା ପାଇଁ ଏପରି କରିଥିବା କହିଥିଲେ । ତେବେ ଦୁହିଁଙ୍କୁ ବୟାନ ଦେବା ପାଇଁ ଡକାଯାଇଥିଲା । କିନ୍ତୁ ଅଭିୋଯାଗକାରୀ ବସ୍ ଏହି ମାମଲାକୁ ଆଗକୁ ବଢ଼ାଇବାକୁ ଚାହିଁନଥିବା ପୁଲିସ କହିଛି ।

Get real time updates directly on you device, subscribe now.