ମାତ୍ର ଗୋଟିଏ ଓଭରରେ ୩ଟି ଛକା ମାରି ବିଦେଶରେ ନୂଆ ରେକର୍ଡ କଲେ ୧୪ ବର୍ଷୀୟ ବୈଭବ
ପୁଣିଥରେ ଦମଦାର ଖେଳ ପଦର୍ଶନ କଲେ ବୈଭବ । ଲୋକେ ତାରିଫ ନ କରି ରହିପାରିଲେନି ।
ଇଂଲଣ୍ଡ: ଭାରତୀୟ କ୍ରିକେଟ ପରମି ପୁଣିଥରେ ବୈଭବଙ୍କ ଖେଳରେ ଖୁସି ହୋଇଛନ୍ତି । ଇଂଲଣ୍ଡରେ ବୈଭବ ସୂର୍ଯ୍ୟବଂଶୀ ନିଜର ଦମଦାର ଖେଳ ଆରମ୍ଭ କରିଛନ୍ତି। ଭାରତର ଲୋକପ୍ରିୟ ଖେଳାଳି ଇଂଲଣ୍ଡରେ ତାଙ୍କର ପ୍ରଥମ ମ୍ୟାଚ୍ରେ ଏକ ଚମତ୍କାର ଇନିଂସ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି ।
ସେ ଇଂଲଣ୍ଡ ଅଣ୍ଡର-୧୯ରେ ୨୫୨ ଷ୍ଟ୍ରାଇକ୍ ରେଟ୍ରେ ୪୮ ରନ୍ କରିଛନ୍ତି । ତାଙ୍କର ଇନିଂସ ଏପରି ଥିଲା ଯେପରି ଏହି ମ୍ୟାଚ୍ ୫୦ ଓଭରର ନୁହେଁ ବରଂ ୨୦ ଓଭରର। ବୈଭବ ସୂର୍ଯ୍ୟବଂଶୀ ତାଙ୍କର ୧୯ ବଲ୍ର ଇନିଂସ୍ରେ ୮ଟି ଚୌକା ମାରିଥିଲେ।
ଭାରତର ଟେଷ୍ଟ ଦଳ ସହିତ, ୧୯ ବର୍ଷରୁ କମ୍ ଦଳ ମଧ୍ୟ ଇଂଲଣ୍ଡ ଗସ୍ତରେ ଅଛି। ଶୁଭମନ ଗିଲଙ୍କ ଟେଷ୍ଟ ଟିମ୍ ପ୍ରଥମ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଥାଇପାରେ, କିନ୍ତୁ ଅଣ୍ଡର ୧୯ ଟିମ କମାଲ କରିଛି ।
ଶୁକ୍ରବାର ଯୁବ ଦିନିକିଆରେ ଭାରତର ୧୯ ବର୍ଷରୁ କମ୍ ଦଳ ଇଂଲଣ୍ଡ ଦଳ ସହିତ ମୁକାବିଲା କରିଥିଲା। ଇଂଲଣ୍ଡର ୧୯ ବର୍ଷରୁ କମ୍ ଦଳ ପ୍ରଥମେ ବ୍ୟାଟିଂ କରିଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନଥିଲା। ଭାରତୀୟ ବୋଲରମାନେ ୪୨.୨ ଓଭରରେ ୧୭୪ ରନରେ ଅଲଆଉଟ କରିଥିଲେ।
ଅଧିନାୟକ ଆୟୁଷ ମହାତ୍ରେ ଓ ବୈଭବ ସୂର୍ଯ୍ୟବଂଶୀ ଭାରତ ପାଇଁ ବ୍ୟାଟିଂ ଆରମ୍ଭ କରିଥିଲେ। ବିଶ୍ୱର କ୍ରିକେଟ ପ୍ରେମୀ ଅନାଇ ବସିଥିଲେ, ବୈଭବ IPLରେ ଯେପରି ପ୍ରଦର୍ଶନ କରିଥିଲେ, ସେପରି ଇଂଲଣ୍ଡରେ ମଧ୍ୟ ପ୍ରଦର୍ଶନ କରିପାରିବେ।
ବୈଭବ ସୂର୍ଯ୍ୟବଂଶୀ ୨୫୨ ଷ୍ଟ୍ରାଇକ୍ ରେଟରେ ରନ କରି ସେମାନଙ୍କର ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ। ଏହି ପ୍ଲେୟାର ୧୯ ବଲ ରେ ୪୮ ରନ୍ କରିଥିଲେ। ସେ ତାଙ୍କ ଇନିଂସରେ ୫ ଛକା ଏବଂ ୩ ଚୌକା ମାରିଥିଲେ।
କ୍ରିକେଟ୍ ପ୍ରଶଂସକମାନେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କଠାରେ ସଚିନ ତେନ୍ଦୁଲକରଙ୍କ ପ୍ରତିଛବି ଦେଖୁଛନ୍ତି। ଇଂଲଣ୍ଡରେ ତାଙ୍କର ପ୍ରଦର୍ଶନ ଉପରେ ମଧ୍ୟ ନଜର ରଖାଯାଇଛି କାରଣ ସଚିନ ଏହି ଦେଶରେ ତାଙ୍କର ପ୍ରଥମ ଟେଷ୍ଟ ଶତକ ମାରି ଚର୍ଚ୍ଚାକୁ ଆସିଥିଲେ। ସଚିନ ତେନ୍ଦୁଲକର ମାତ୍ର ୧୭ ବର୍ଷ ବୟସରେ ଏକ ଟେଷ୍ଟ ଶତକ ମାରିଥିଲେ।