fbpx

Vaishakh Purnima 2023 : ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ରାତିରେ ଏହି ଉପାୟ କରନ୍ତୁ , ମାତା ଲକ୍ଷ୍ମୀ ନିଜେ ଆସିବେ ଘରକୁ

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ବୈଶାଖ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି । ଏହା ବୁଦ୍ଧ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଯାଏ । ଏହି ଦିନ ଭଗବାନ ବୁଦ୍ଧଙ୍କ ଜନ୍ମଦିନ ଭାବରେ ପାଳନ କରାଯାଏ। ଏଥର ବୈଶାଖ ପୂର୍ଣ୍ଣିମା ୫ ମଇ ୨୦୨୩ ରେ ପାଳନ କରାଯିବ। ଏହି ଦିନ ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଲୋକମାନେ ଏହି ଦିନ ପବିତ୍ର ନଦୀରେ ସ୍ନାନ କରନ୍ତି ଏବଂ ପ୍ରଭୁଙ୍କ ଆଶୀର୍ବାଦ ଖୋଜନ୍ତି ।

ବିଶ୍ୱାସ କରାଯାଏ ଯେ, ଏହି ଦିନ ମାତା ଲକ୍ଷ୍ମୀ, ସତ୍ୟନାରାୟଣ ଏବଂ ଚନ୍ଦ୍ର ଦେବଙ୍କୁ ପୂଜା କରିବା ଦ୍ୱାରା ବିଶେଷ ଫଳ ଲାଭ ହୋଇଥାଏ। ଏହି ଦିନ ଦିଆଯାଇଥିବା ଦାନଗୁଡ଼ିକର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ଏଥର ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମଧ୍ୟ ବୁଦ୍ଧ ପୂର୍ଣ୍ଣିମା ଦିନ ଘଟିବାକୁ ଯାଉଛି। ତେବେ ଏହି ଅବସରରେ ଏଭଳି କିଛି କାର୍ଯ୍ୟ କରୁନ୍ତୁ , ଯାହା ଦ୍ୱାରା ମା’ ଲକ୍ଷ୍ମୀ ନଜେ ଚାଲିକି ଆପଣଙ୍କ ଘରକୁ ଆସିବେ ।

ଧନ ଆଶା ଥିଲେ – ଏହି ଦିନ ଅଶ୍ୱତ୍ଥ ବୃକ୍ଷ ମୂଳେ ଜଳ ଅର୍ପଣ କରନ୍ତୁ ଏବଂ ବିଧି ଅନୁଯାୟୀ ପୂଜା କରନ୍ତୁ । କୁହାଯାଏ ଅଶ୍ୱତ୍ଥ ବୃକ୍ଷ ମୂଳରେ ମା ଲକ୍ଷ୍ମୀ ବାସଥାଏ । ଏପରି କରି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିପାରିବ ।

ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ – ରାତିରେ ଚନ୍ଦ୍ରମାଙ୍କୁ କ୍ଷୀର, ଚାଉଳ ଓ ଚିନି ଅର୍ଘ ଦିଅନ୍ତୁ । ଏହି ଉପାୟ ଆର୍ଥିକ ସ୍ଥିତି ସୁଦୃଢ କରିବା ସହ ଆର୍ଥିକ ଅନଟନ ଦୂର ହେବ ।

ପୂର୍ଣ୍ଣିମା ଦିନ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ, ଦେବୀ ଲକ୍ଷ୍ମୀଙ୍କ ଫଟୋ କିମ୍ବା ପ୍ରତିମା ଆଗରେ ୧୧ କଉଡି ରଖନ୍ତୁ ଏବଂ ସେମାନଙ୍କ ଉପରେ ହଳଦିରେ ତିଲକ ଲଗାନ୍ତୁ । ପରଦିନ ଏହାକୁ ଆଲମିରା ବା ଟିଜୋରିରେ ରଖନ୍ତୁ ।

ସନ୍ତାନ ପ୍ରାପ୍ତି – ପୂର୍ଣ୍ଣିମା ଦିନ ଭଗବାନ ଶିବଙ୍କୁ ପୂଜା କରନ୍ତୁ ଏବଂ ସନ୍ତାନ ପ୍ରାପ୍ତି ପାଇଁ ଆଶୀର୍ବାଦ ମାଗନ୍ତୁ । ସମସ୍ତ ଇଚ୍ଛା ପୂରଣ ହେବ ।

ଯଦି କୌଣସି କାର୍ଯ୍ୟରେ ବାଧା ବିଘ୍ନ ଅଛି, ତେବେ ବୈଷ୍ଣବ ପୂର୍ଣ୍ଣିମା ଦିନ ଅଶ୍ୱତ୍ଥ ବୃକ୍ଷ ମୂଳେ ବସି ହନୁମାନ ଚଲିସା ଜପ କରନ୍ତୁ ।

ସୁଖୀ ଦାମ୍ପତ୍ୟ ଜୀବନ ପାଇଁ – ସ୍ୱାମୀ-ସ୍ତ୍ରୀ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଅର୍ପଣ କରିବା ଜରୁରୀ । ଏହି କାରଣରୁ, ସେମାନଙ୍କ ସମ୍ପର୍କରେ ମଧୁରତା ରହିଥାଏ ।

ଋଣରୁ ମୁକ୍ତି ପାଇବାକୁ – ପୂର୍ଣ୍ଣିମା ଦିନ ଋଣରୁ ମୁକ୍ତି ପାଇବା ପାଇଁ ଦୀପ ଦାନ କରାଯିବା ଉଚିତ୍ । ଯଦି ସମ୍ଭବ କୌଣସି ଏକ ନଦୀକୁ ଯାଇ ଦୀପ ଦାନ କରନ୍ତୁ ।

Get real time updates directly on you device, subscribe now.