ଜଳେଶ୍ୱର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ୩୦ ଫୁଟ୍ ତଳକୁ ଭ୍ୟାନ ଖସିଯିବା ଫଳରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଫରେଷ୍ଟ ଚେକ୍ ପୋଷ୍ଟକୁ ପିଟିବା ପରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲା ଭ୍ୟାନ୍ । ଖବର ପାଇଁ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ମେଡିକାଲ ନେଇଥିଲେ । ତେବେ ୫ ଜଣ ଅହତଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ଥିବାରୁ ସେମାନଙ୍କୁ ବସ୍ତା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଭ୍ୟାନଟି ବାଲେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣାପଡ଼ିଛି । ତେବେ ୫ ଜଣ ଅହତଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ଥିବାରୁ ସେମାନଙ୍କୁ ବସ୍ତା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ୩ ଜଣ ଆରଏମସି କର୍ମଚାରୀ ହୋଇଥିବା ଜଣାପଡ଼ିଛି ।