fbpx

ବରୁଣ ଗାନ୍ଧୀଙ୍କୁ ନେଇ ସମସ୍ତ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ଦଳରେ ତୁଲାଇବେ ଏହି ଦାୟିତ୍ୱ

ନୂଆଦିଲ୍ଲୀ: ବରୁଣ ଗାନ୍ଧୀ ଲୋକସଭା ନିର୍ବାଚନ ଲଢିବେ ନାହିଁ । ବୁଧବାର ତାଙ୍କ ଟିମ୍ ପକ୍ଷରୁ ଏହି ସୂଚନା ମିଳିଛି । ଅପରପକ୍ଷେ ବରୁଣ ଗାନ୍ଧୀ ମା’ ମେନକା ଗାନ୍ଧୀଙ୍କ ଲାଗି ସୁଲତାନପୁରରେ ନିର୍ବାଚନ ପ୍ରଚାର କରିବେ । ବିଜେପି ଏଥର ବରୁଣ ଗାନ୍ଧୀଙ୍କୁ ପିଲଭିଟ୍‌ରୁ ଲୋକସଭା ନିର୍ବାଚନ ଟିକେଟ୍ ଦେଇନାହିଁ । ତାଙ୍କ ସ୍ଥାନରେ ବିଜେପି ଏଥର ଜିତିନ୍ ପ୍ରସାଦଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ଅନ୍ୟପକ୍ଷରେ ବରୁଣଙ୍କ ମା’ ମେନକା ଗାନ୍ଧୀଙ୍କୁ ଦଳ ସୁଲତାନପୁରରୁ ପୁଣି ଟିକେଟ ଦେଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ବରୁଣ ଗାନ୍ଧୀ ନାମାଙ୍କନ ପତ୍ର କିଣିଥିଲେ । ଏହାପରେ ଚର୍ଚ୍ଚା ହେଉଥିଲା କି ସେ ବିଜେପି ବିରୁଦ୍ଧରେ ଯାଇ ପିଲଭିଟ୍‌ରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢିବେ । କିନ୍ତୁ ତାଙ୍କ ଟିମ୍ ପକ୍ଷରୁ ଆଜି ଏହି ବୟାନ ଜାରି କରାଯିବା ପରେ ସବୁ ଅନୁମାନରେ ପୂର୍ଣ୍ଣଚ୍ଛେଦ ପଡିଛି । ଏହା ପୂର୍ବରୁ ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ଚୌଧୁରୀ ଭୂପେନ୍ଦ୍ର ସିଂହ ବରୁଣ ଗାନ୍ଧୀଙ୍କ ଟିକେଟ କଟିଯିବା ନେଇ କହିଥିଲେ, ଏଥର ଦଳ ତାଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଇନାହିଁ । କିନ୍ତୁ ସେ ଆମ ସହ ଅଛନ୍ତି । ତାଙ୍କ ବିଷୟରେ ଦଳ ନେତୃତ୍ୱ ନିଶ୍ଚୟ କିଛି ବଡ ନିଷ୍ପତ୍ତି ନେଇଛନ୍ତି ।

ତେବେ ବରୁଣ ଗାନ୍ଧୀଙ୍କୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ତାଙ୍କ ଦଳରେ ମିଶିବାକୁ ଆମନ୍ତ୍ରଣ କରିବାକୁ ନେଇ ଭୂପେନ୍ଦ୍ର ସିଂହ କହିଥିଲେ ବରୁଣ ଗାନ୍ଧୀ ବିଜେପିର ଜଣେ ସଚ୍ଚା ସିପାହୀ । ଆମର ପୁରା ଭରସା ରହିଛି କି ସେ ବିଜେପିରେ ହିଁ ରହିବେ । ଅଧୀର ରଞ୍ଜନ କହିଥିଲେ କି ବରୁଣ ଗାନ୍ଧୀଙ୍କ ସମ୍ବନ୍ଧ ଗାନ୍ଧୀ ପରିବାର ସହ ରହିଥିବାରୁ ବିଜେପି ତାଙ୍କ ଟିକେଟ କାଟି ଦେଇଛି ।

Get real time updates directly on you device, subscribe now.