fbpx

କୁଆଡେ ଗଲା ଦିଲ୍ଲୀ ମଦ ଦୁର୍ନୀତି ପଇସା, କାଲି କୋର୍ଟରେ କେଜ୍ରିୱାଲ ପ୍ରମାଣ ସହ କରିବେ ବଡ ଖୁଲାସା

ନୂଆଦିଲ୍ଲୀ:ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୋର୍ଟକୁ କହିବେ କି ଚର୍ଚ୍ଚିତ ମଦ ଘୋଟାଲା ପଇସା କୁଆଡେ ଗଲା । ଏହା ସହିତ ସେ ଏହାର ପ୍ରମାଣ ବି ଦେବେ । ସୁନୀତା କହିଛନ୍ତି କେନ୍ଦ୍ର ସରକାର ଦିଲ୍ଲୀବାସୀଙ୍କ ମଙ୍ଗଳ ପାଇଁ ଦିଆଯାଇଥିବା ବାର୍ତ୍ତା ଉପରେ ବି କେଜ୍ରିୱାଲଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ଭାବୁକ ଅନ୍ଦାଜରେ ସୁନୀତା କହିଛନ୍ତି କେଜ୍ରିୱାଲଙ୍କ ସୁଗାର ସ୍ତର ବଢିଯାଇଛି । ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ଦେଶର ଜନତାଙ୍କୁ ନିବେଦନ କରିଛନ୍ତି ।

ସୁନୀତା କହିଛନ୍ତି କାଲି ସନ୍ଧ୍ୟାରେ ସେ କେଜ୍ରିୱାଲଙ୍କୁ ଜେଲ୍‌ରେ ଭେଟିବାକୁ ଯାଇଥିଲେ । ସେ ମଧୁମେହ ରୋଗରେ ପୀଡିତ । ତାଙ୍କର ସୁଗାର ସ୍ତର ବଢିଯାଇଛି । ଅସୁସ୍ଥତା ସତ୍ତ୍ୱେ ବି ସେ ତାଙ୍କର ନିଷ୍ପତ୍ତିରେ ଦୃଢ ଅଛନ୍ତି । ୨ ଦିନ ତଳେ ସେ ଦିଲ୍ଲୀର ମନ୍ତ୍ରୀ ଆତିଶୀଙ୍କୁ ସନ୍ଦେଶ ପଠାଇଥିଲେ କି ଲୋକଙ୍କ ସମସାର ସମାଧାନ କରାଯାଉ । ଏଥିରେ ଭୁଲ୍ ତ କିଛି ନ ଥିଲା । କିନ୍ତୁ ଏହି କଥାକୁ ନେଇ ବି ତାଙ୍କ ଉପରେ କେସ୍ କରାଗଲା । ଏମାନେ କ’ଣ ଦିଲ୍ଲୀବାସୀଙ୍କ କ୍ଷତି ଚାହୁଁଛନ୍ତି । ଦିଲ୍ଲୀବାସୀ ସର୍ବଦା ସମସ୍ୟା ସହ ଯୁଝନ୍ତୁ ଏହା କ’ଣ ଏମାନେ ଚାହୁଁଛନ୍ତି । ଏହି କଥାକୁ ନେଇ କେଜ୍ରିୱାଲଙ୍କୁ ବହୁତ ଦୁଃଖ ହୋଇଛି ।

ସେ ମୋତେ ଆଉ ଏକ କଥା କହିଛନ୍ତି କି ମଦ ଦୁର୍ନିତୀକୁ ନେଇ ଇଡି ଗତ ୨ ବର୍ଷ ମଧ୍ୟରେ ୨୫୦ରୁ ଅଧିକ ଥର ରେଡ୍ କରିଛି । ଇଡି ଏହି ଘୋଟାଲାରେ ପଇସାକୁ ଖୋଜୁଛି । ଏ ପର୍ଯ୍ୟନ୍ତ ହୋଇଥିବା କୌଣସି ବି ରେଡ୍‌ରେ ଗୋଟିଏ ବି ପଇସା ମିଳିନାହିଁ । ମନୀଷ, ସତୈନ୍ଦ୍ର ଓ ସଂଜୟ ସିଂହଙ୍କ ଘରେ ରେଡ୍ ହୋଇଛି । କିନ୍ତୁ ଗୋଟିଏ ବି ପଇସା ମିଳିନାହିଁ । ତାହାହେଲେ ଏହି ମଦ ଘୋଟାଲାର ପଇସା କୁଆଡେ ଗଲା । କେଜ୍ରିୱାଲ କହିଛନ୍ତି ମାର୍ଚ୍ଚ ୨୮ରେ କୋର୍ଟ ସାମ୍ନାରେ ସେ ଏହାର ଖୁଲାସା କରିବେ । ସାରା ଦେଶ ନିକଟରେ ଏହି ତଥ୍ୟ ରଖିବେ କି ମଦ ଦୁର୍ନିତୀ ପଇସା କୁଆଡେ ଗଲା? ସେ ଏହାର ପ୍ରମାଣ ବି ଦେବେ । ସେ ବହୁତ ସଚ୍ଚୋଟ, ନିର୍ଭୀକ ଓ ସାହାସୀ ବ୍ୟକ୍ତିତ୍ୱ । ସେ କହିଛନ୍ତି ମୋ ଶରୀର ଜେଲ୍‌ରେ ଥିଲେ ବି ମୋ ଆତ୍ମା ଆପଣ ମାନଙ୍କ ସହ ରହିଛି । ଆଖି ବନ୍ଦ କରି ଦିଲ୍ଲୀବାସୀ ତାଙ୍କୁ ମନେ ପକାଇବାକୁ ସେ କହିଛନ୍ତି ।

Get real time updates directly on you device, subscribe now.