ବାସ୍ତୁ ଶାସ୍ତ୍ର: ବାର ଅନୁଯାୟୀ ସ୍ନାନ ଜଳରେ ମିଶାନ୍ତୁ ଏହି ଜିନିଷ, ଚମକିବ ଭାଗ୍ୟ

ବାର ଅନୁଯାୟୀ ସ୍ନାନ ଜଳରେ ମିଶାଇଲେ ଏହି ଜିନିଷ ବଦଳିଯିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଅନୁସାରେ ଗାଧୋଇବା ସମୟରେ ପାଣିରେ କିଛି ଜିନିଷ ମିଶାଇ ସ୍ନାନ କଲେ ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ । ବିଶେଷ କରି ବାର ଅନୁଯାୟୀ ସ୍ନାନ ଜଳରେ କିଛି ସ୍ୱତନ୍ତ୍ର ଜିନିଷ ମିଶାଇ ସ୍ନାନ କଲେ ଗ୍ରହ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ ।
ସୋମବାର – ସ୍ନାନ ଜଳରେ ଅଳ୍ପ କିଛି ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ ।
ମଙ୍ଗଳବାର- ହଳଦୀ କିମ୍ବା ଚନ୍ଦନ ଗୁଣ୍ଡ ମିଶାଇ ସ୍ନାନ କରି ପାରିବେ । ଏହାଦ୍ୱାରା ଯଶ ଓ ସମ୍ମାନ ବୃଦ୍ଧି ହୋଇଥାଏ ।
ବୁଧବାର – ସାମାନ୍ୟ କ୍ଷୀର ମିଶାଇ ସ୍ନାନ କଲେ ଖୁବ୍‌ ପୁଣ୍ୟ ପ୍ରାପ୍ତି ହୋଇଥାଏ ।
ଗୁରୁବାର – ସ୍ନାନ ଜଳରେ ସାମାନ୍ୟ ଅଟା ମିଶାଇ ସ୍ନାନ କଲେ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।
ଶୁକ୍ରବାର – ପାଣିରେ ସାମାନ୍ୟ ଗୋଲାପ ଜଳ ମିଶାଇ ସ୍ନାନ କଲେ ଧନ ଅଭାବ ଦୂର ହୋଇଥାଏ ।
ଶନିବାର – ପାଣିରେ ସାମାନ୍ୟ ସୋରିଷ ତେଲ ମିଶାଇ ସ୍ନାନ କଲେ ଶନିଙ୍କ କୃପା ପ୍ରାପ୍ତି ହୋଇଥାଏ ।
ରବିବାର – ଜଳରେ ସାମାନ୍ୟ ଲାଲ ଫୁଲ ମିଶାଇ ସ୍ନାନ କରନ୍ତୁ ।