fbpx

ହିନ୍ଦୁସ୍ତାନ ଜିଙ୍କରେ ଥିବା ୨.୬% ଅଂଶଧନକୁ ବିକ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କଲା ବେଦାନ୍ତ

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଖଣି କମ୍ପାନୀ ବେଦାନ୍ତ ଲିମିଟେଡ୍ ହିନ୍ଦୁସ୍ତାନ ଜିଙ୍କ(Hindustan Zinc)ରେ ଥିବା ନିଜ ଅଂଶଧନକୁ ନେଇ ବଡ଼ ଘୋଷଣା କରିଛି । ମଙ୍ଗଳବାର କମ୍ପାନୀର ବୋର୍ଡ଼ ଅଫ୍ ଡିରେକ୍ଟର୍ସ offer for sale(OFS) ମାଧ୍ୟମରେ ହିନ୍ଦୁସ୍ତାନ ଜିଙ୍କରେ ଥିବା ୧୧ କୋଟି ଅଂଶଧନ ବିକ୍ରୟ ପ୍ରସ୍ତାବକୁ ମଂଜୁରୀ ଦେଇଛି । ତେବେ ବେଦାନ୍ତ ଲିମିଟେଡ୍ କମ୍ପାନୀ ହିନ୍ଦୁସ୍ତାନ ଜିଙ୍କରେ ଅଂଶଧନ ବିକ୍ରୟ ପାଇଁ OFS ତାରିଖ ଏବଂ ଏହାର ବେସ୍ ପ୍ରାଇସ୍ ବିଷୟରେ କୌଣସି ସୂଚନା ପ୍ରଦାନ କରିନାହିଁ ।

ବେଦାନ୍ତ ଲିମିଟେଡ୍ ଶେୟାର ମାର୍କେଟ ଏକ୍ସେଞ୍ଜକୁ ଦେଇଥିବା ସୂଚନାରେ କହିଛି, ‘ବେଦାନ୍ତ ଲିମିଟେଡ ବୋର୍ଡ଼ ଅଫ୍ ଡିରେକ୍ଟର୍ସର ପ୍ରାଧିକୃତ କମିଟି ୧୩ ଅଗଷ୍ଟ ୨୦୨୪କୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ OFS ମାଧ୍ୟମରେ ହିନ୍ଦୁସ୍ତାନ ଲିମିଟେର ୧୧ କୋଟି ଇକ୍ୱିଟି ଶେୟାର(୨.୬% ଅଂଶଧନ) ବିକ୍ରୟକୁ ମଂଜୁରୀ ଦେଇଛି ।’ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୈମାସିକ(ଏପ୍ରିଲ-ଜୁନ୍‌) ଶେଷରେ ହିନ୍ଦୁସ୍ତାନ ଜିଙ୍କରେ ବେଦାନ୍ତ ଲିମିଟେଡର ୬୪.୯୨% ଅଂଶଧନ ଥିବାବେଳେ ସରକାରଙ୍କ ପାଖରେ ୨୯.୫୪% ଥିଲା । ବେଦାନ୍ତ ଏହାର ଆଲୁମିନିୟମ, ତୈଳ ଏବଂ ଗ୍ୟାସ୍‌, ବିଜୁଳି, ମୂଳ ଧାତୁ, ଲୌହ ଏବଂ ଷ୍ଟିଲ ବିଜନେସକୁ ଭିନ୍ନ ଭିନ୍ନ ଲିଷ୍ଟେଡ୍ ୟୁନିଟ୍ସରେ ବିଭାଜିତ କରିବା ପାଇଁ ଯୋଜନା କରୁଛି ।

 

Get real time updates directly on you device, subscribe now.