ଝାରସୁଗୁଡ଼ା, ୬ା୪ (ଓଡିଶା ଭାସ୍କର): କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ୩ ସପ୍ତାହ ଲାଗି ସାପ୍ତାହିକ ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସକାଳୁ ପରିବା ବିକ୍ରି ପାଇଁ ଆସିଥିବା ବ୍ୟବସାୟୀଙ୍କୁ ପୋଲିସ ସହର ମଧ୍ୟକୁ ପଶିବାକୁ ଅନୁମତି ଦେଇନଥିବା ଜଣାପଡ଼ିଛି । ଫଳରେ ବ୍ୟବସାୟୀମାନେ ବସ୍ତା ବସ୍ତା ପରିବା ରାସ୍ତାରେ ଢାଳି ପ୍ରତିବାଦ କରିଥିବା ଦେଖାଦେଇଥିଲା ।
Next Post