fbpx

ବିବାହିତ ମହିଳାମାନେ ସିନ୍ଦୁର ଲଗାଇବା ସମୟରେ ଆପଣାନ୍ତୁ ଏହି ଉପାୟ; ବଢିବ ସ୍ୱାମୀଙ୍କ ଆୟୁଷ, ମିଳିବ ଐଶ୍ୱର୍ଯ୍ୟ

ହିନ୍ଦୁ ଧର୍ମରେ ଅନେକ ପ୍ରଥା ପରମ୍ପରା ଏବଂ ରିତିନିତି ରହିଛି । ଯାହାକୁ ସମସ୍ତେ ସମ୍ମାନର ସହ ପାଳନ କରନ୍ତି । ତେବେ ଏହି ଧର୍ମରେ ୧୬ ଶୃଙ୍ଗାର ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ଯାହାକି ଜଣେ ବିବାହିତ ସଧବା ନାରୀ ପାଇଁ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଏହି ୧୬ ଶୃଙ୍ଗାର ଜଣେ ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ତାକୁ ସୌଭାଗ୍ୟବତୀ ମଧ୍ୟ କରାଇଥାଏ । ତେବେ ଏହି ୧୬ ଶୃଙ୍ଗାର ମଧ୍ୟରୁ ଶଙ୍ଖା, ସିନ୍ଦୁର, ମଙ୍ଗଳସୂତ୍ର ଆଦି ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । କାରଣ ହିନ୍ଦୁ ଧର୍ମରେ ଏହା ଜଣେ ବିବାହିତ ସଧବା ନାରୀର ପରିଚୟ ହୋଇଥାଏ । ଏଥିସହିତ ଜଣେ ଝିଅ ବିବାହପରେ ପ୍ରତିଦିନ ସିନ୍ଦୁର ପିନ୍ଧିବା ଦ୍ୱାରା ତା ସ୍ୱାମୀର ଆୟୁଷ ବଢିଥାଏ ଏବଂ ତାଙ୍କୁ ସବୁ କା ର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ । କିନ୍ତୁ କିଛି ମହିଳା ଭୁଲ ଉପାୟରେ ସିନ୍ଦୁର ପରିଧାନ କରିଥାନ୍ତି । ଯାହାକି ତାଙ୍କ ସ୍ୱାମୀଙ୍କ ପାଇଁ ବିପଦ ଆଣିଥାଏ । ତେଣୁ ସିନ୍ଦୁର ଲଗାଇବାର ମଧ୍ୟ କିଛି ଉପାୟ ରହିଛି ଆସନ୍ତୁ ଜାଣିବା ସେହି ସମ୍ପର୍କରେ…

ସିନ୍ଦୁର ଲଗାଇବାର ସଠିକ୍ ଉପାୟ:

-ହିନ୍ଦୁ ଧର୍ମରେ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ସିନ୍ଦୁର ପରିଧାନ କରିଥାନ୍ତି । ସେଥିପାଇଁ ସିନ୍ଦୁର ଲଗାଇବା ସମୟରେ ସିନ୍ଦୁରର ରେଖା ସବୁବେଳେ ଲମ୍ବା ହେବା ଉଚିତ ।

-ବିବାହିତ ମହିଳାମାନେ ସର୍ବଦା ମନେ ରଖିବା ଉଚିତ୍ ଯେ ସିନ୍ଦୁର ପରିଧାନ ସମୟରେ ନାକ ମଝିରୁ ସିନ୍ଦୁର ସର୍ବଦା ଭରିବା ଉଚିତ୍ ।

-ବିବାହିତ ମହିଳାମାନେ ନିଜେ କିଣିଥିବା ସିନ୍ଦୁର ପ୍ରୟୋଗ କରିବା ଉଚିତ୍, ଅନ୍ୟ କାହାଠାରୁ ଆଣି ସିନ୍ଦୁର ପ୍ରୟୋଗ କରିବା ଉଚିତ୍ ନୁହେଁ । କାରଣ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ ।

– ବିବାହିତ ମହିଳାମାନେ ଧ୍ୟାନ ରଖିବା ଦରକାର ଯେ, ସ୍ନାନ ପରେ ତୁରନ୍ତ ସିନ୍ଦୁର ପରିଧାନ କରାଯିବା ଉଚିତ୍ ନୁହେଁ । ଯଦି ଆପଣ କେଶ ଧୋଇଛନ୍ତି, ତେବେ ସେଗୁଡ଼ିକୁ ଭଲ ଭାବରେ ଶୁଖାନ୍ତୁ, କେବଳ ସେତେବେଳେ ସିନ୍ଦୁର ପ୍ରୟୋଗ କରନ୍ତୁ ।

– କପାଳରେ ସିନ୍ଦୁର ଲଗାଇବା ପରେ ଏହା କେଶରୁ କେବେବି ଲୁଚି ରହିବା ଉଚିତ୍ ନୁହେଁ । ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ତାଙ୍କ ସ୍ୱାମୀ ତାଙ୍କଠାରୁ ଦୂରେଇ ଯାଆନ୍ତି ଏବଂ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ଦଖାଦେଇଥାଏ ।

Get real time updates directly on you device, subscribe now.