fbpx

ଓଡିଶା ପାଲା ଜଗତର ବରିଷ୍ଠ ଗାୟକ ବଳଭଦ୍ର ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର):ଓଡିଶା ପାଲା ଜଗତର ବରିଷ୍ଠ ଗାୟକ ଚିନ୍ମୟ,ଭାଗବତ ଭୂଷଣ ବଳଭଦ୍ର ପଣ୍ଡା ମହୋଦୟଙ୍କର ପରଲୋକ ହୋଇଛି । ଗତ କାଲି ରାତ୍ର 3 ଘଟିକା ସମୟରେ କଳାକାର,ବନ୍ଧୁ ,ପରିବାର ବର୍ଗକୁ ଶୋକ ସାଗରରେ ଭସାଇ ସେ ସବୁ ଦିନ ପାଇଁ ଆଖିବୁଜି ଦେଇଛନ୍ତି। ଆଜି ଶ୍ରୀ ଜଗନ୍ନାଥ ଅଖିଳ ଭାରତ ପାଲାକଳାକାର ମହାସଂଘ ଓଡ଼ିଶାର ସମ୍ପାଦକ ସଚ୍ଚିଦାନନ୍ଦ ଦାସଙ୍କ ଠାରୁ ଖବର ପାଇ ଅଧକ୍ଷ ପ୍ରଭାତ କୁମାର ଶ୍ରୀଚନ୍ଦନ ,ପଣ୍ଡା ମହୋଦୟଙ୍କ ଝିଅ ବାସଭବନ ଭୁବନେଶ୍ୱର ନିକଟସ୍ଥ ଗଣ୍ଡରପୁର ଠାରେ ପହଁଚି ସେଠାରୁ ପିପିଲି ନିକଟସ୍ଥ ସୁରଙ୍ଗପୁର ନିଜ ଗ୍ରାମ ସ୍ମଶାନରେ ମରଶରୀର ଦାହକରି ଫେରିଛନ୍ତି । ଉକ୍ତ ସମୟରେ ଓଡ଼ିଶାର ଅନେକ କଳାକାରମାନେ ଉପସ୍ଥିତ ଥିଲେ।

ପାଲାଗାୟକ ଭାବରେ ଶ୍ରୀଯୁକ୍ତ ବଳଭଦ୍ର ପଣ୍ଡା ଅନେକ ଛାତ୍ର ମଧ୍ୟ କରିବାରେ ସଫଳ ହୋଇ ଓଡ଼ିଶାରେ ଜଣେ ସଫଳ କଳାକାର ବୋଲି ସେ ନିଜର ପରିଚୟ ଦେଇପାରିଛନ୍ତି। ତାଙ୍କର ଛାତ୍ର ପ୍ରମୋଦ ଜେନା, ବସନ୍ତ ମହାରଣା ଏବଂ ଅନ୍ୟ ଛାତ୍ର ମାନଙ୍କ ସହିତ ବହୁ କଳାକାର ମାନେ ମଧ୍ୟ ସ୍ମଶାନରେ ଉପସ୍ଥିତ ଥିଲେ। ଏହା ହେଉଛି ଓଡିଶା ପାଲାକଳାକାର ମାନଙ୍କର ଏକ ଅପୁରଣୀୟ କ୍ଷତି ଘଟିଛି ବୋଲି ଶ୍ରୀ ଜଗନ୍ନାଥ ଅଖିଳ ଭାରତ ପାଲାକଳାକାର ମହାସଂଘ ଚାରିଟେବୁଲ ଟ୍ରଷ୍ଟ ( ଓଡ଼ିଶା)ର ଅଧକ୍ଷ, ପ୍ରଭାତ କୁମାର ଶ୍ରୀଚନ୍ଦନ ଶୋକ ପ୍ରକାଶ କରି ଉକ୍ତ ମହାସଂଘର ଉଚ୍ଚ ପଦାଧିକାରୀ,ନୃସିଂହ ଚରଣ ହୋତା, ସଚିଦା ନନ୍ଦ ଦାସ,ସନାତନ ଦାସ, ବିଜୟ ଓଝା, ବିଶ୍ୱନାଥ ସ୍ବାଇଁ ଉକ୍ତ ଅମର ଆତ୍ମାର ସଦଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Get real time updates directly on you device, subscribe now.