fbpx

ଆସନ୍ତା ଏପ୍ରିଲ ୨ ତାରିଖରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର, ୨୭ା୩ (ଓଡିଶା ଭାସ୍କର): ଆସନ୍ତା ଏପ୍ରିଲ ମାସ ୨ ତାରିଖରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଓଡ଼ିଶା ଆସିବେ । ଉପରାଷ୍ଟ୍ରପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି । ୨ ତାରିଖ ସକାଳ ୧୧ଟା ୧୫ ମିନିଟରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସନ୍ଧ୍ୟାରେ କଟକର ସାରଳା ଭବନରେ ଆଦି କବି ସାରଳା ଦାସଙ୍କ ୬ଶହ ତମ ଜୟନ୍ତୀ ଉତ୍ସବରେ ଯୋଗଦେବେ । ୩ ତାରିଖ ଦିନ ଉକ୍ରଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସନ୍ଧ୍ୟା ୫ଟା ସମୟରେ ଉପରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.