fbpx

କଟ୍ରିନାଙ୍କ ପୁର୍ବରୁ ହରଲୀନଙ୍କ ସହ ରିଲେସନରେ ଥିଲେ ଭିକି କୌଶଲ

ମୁମ୍ବାଇ, ୧୬/୦୫(ଓଡିଶା ଭାସ୍କର) : ବଲିଉଡ୍ ଅଭିନେତା ଭିକି କୌଶଲଙ୍କର ଆଜି ହେଉଛି ୩୩ତମ ଜନ୍ମଦିନ । ଫିଲ୍ମରେ ତାଙ୍କ ଦମଦାର୍ ଆକ୍ଟିଂ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି ସତ ହେଲେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଶୁଣିବାକୁ ମିଳୁଛି ଯେ, ଭିକି ଏବେ ଅଭିନେତ୍ରୀ କଟ୍ରିନା କୈଫ୍ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । ହେଲେ କଟ୍ରିନାଙ୍କ ପୁର୍ବରୁ ଭିକି ହରଲୀନ୍ ସେଠୀଙ୍କ ସହ ରିଲେସନ୍ ରେ ଥିଲେ ।

ତେବେ ହରଲୀନ୍ ଏବଂ ଭିକି ଅନେକ ବର୍ଷ ପର୍ଯ୍ୟନ୍ତ ରିଲେସନ୍ ରେ ଥିଲେ । ୨୦୧୯ରେ ଭିକିଙ୍କର ସୁପରହିଟ୍ ଫିଲ୍ମ “ଉରୀ: ଦ ସର୍ଜିକାଲ୍ ଷ୍ଟ୍ରାଇକ୍” ରିଲିଜ୍ ହେବା ସୁଦ୍ଧା ସେମାନେ ସାଙ୍ଗ ହୋଇ ଥିଲେ । ହେଲେ ଏହାର ପରବର୍ତ୍ତୀ ମୁହୁର୍ତ୍ତରେ ଦୁହିଁଙ୍କର ବ୍ରେକ୍ ଅପ୍ ହୋଇ ଯାଇଥିଲା । ଏମିତିରେ ଦୁହେଁ ଦୁହିଁଙ୍କର ରିଲେସନ୍ ଏବଂ ବ୍ରେକ୍ ଅପ୍ ବିଷୟରେ କୌଣସି କଥା ହେବାକୁ ଚାହାନ୍ତି ନାହିଁ । ହେଲେ କିଛି ଦିନ ତଳେ ଏକ ଇନଟରଭିୟୁରେ ହରଲୀନ୍ ଏ ବିଷୟରେ କହିଥିଲେ । ସେ କହିଥିଲେ ଯେ, ସେ କୌଣସି ଷ୍ଟାର୍ ଙ୍କ ଏକ୍ସ ଭାବରେ ନିଜ ପରିଚିତ ହେବାକୁ ଚାହାନ୍ତି ନାହିଁ ବରଂ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି ।

କୁହାଯାଉଛି ଯେ, ଯେତେବେଳେ ଭିକିଙ୍କ ଫିଲ୍ମ ‘ଉରୀ: ଦ-ସର୍ଜିକାଲ୍ ଷ୍ଟ୍ରାଇକ୍’ ରିଲିଜ୍ ହୋଇଥିଲା ସେତେବେଳେ ହରଲୀନ୍ ଙ୍କୁ ସେ ବେଶି ସମୟ ଦେଉନଥିଲେ । ଏହାପରେ ଦୁହେଁ ରିଲେସନ୍ କୁ ବଜାୟ ରଖିବାକୁ ଚେଷ୍ଟା କରିଥିଲେ ହେଲେ ହରଲୀନ ନିଜେ ଭିକିଙ୍କ ଠାରୁ ଦୂରେଇ ଯାଇଥିଲେ । ହରଲୀନ୍ ଅନେକ ବିଜ୍ଞାପନ ଏବଂ ୱେବ୍ ସିରିଜ୍ ରେ କାମ କରି ସାରିଛନ୍ତି । ତାଙ୍କୁ “ବ୍ରୋକେନ୍ ବଟ୍ ବିୟୁଟିଫୁଲ୍’ ୱେବ୍ ସିରିଜ୍ ରୁ ଖାସ୍ ପରିଚୟ ମିଳିଥିଲା । ଏହି ସିରିଜ୍ ଟି ଖୁବ୍ ଚର୍ଚ୍ଚାରେ ମଧ୍ୟ ଥିଲା ।

ଏହାପରେ କଟ୍ରିନାଙ୍କ ବ୍ରେକ୍ ଅପ୍ ହେବାପରେ  କଟ୍ରିନା ଓ ଭିକିଙ୍କ ଏକାଠି ସାକ୍ଷାତକାର ହୋଇଥିଲା । ଏମାନେ ବଲିଉଡ୍ ପାର୍ଟିରେ ଦୁହେଁ ଦୁହିଁଙ୍କ ସହ ଦେଖା ହୋଇଥିଲେ । ତେବେ  ସେମାନେ ଏବେ ଡେଟ୍ କରୁଛନ୍ତି କି ନାହିଁ ତାହା ସଠିକ ଭାବେ କହି ହେବନି ହେଲେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଥିବା କୁହାଯାଉଛି । ଅନେକ ସମୟରେ ସେମାନଙ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳିଛି । କିନ୍ତୁ ସେମାନେ କେବେ ବି ସେମାନଙ୍କ ରିଲେସନ୍ ବିଷୟରେ କିଛି ବି ମୁହଁ ଖୋଲି ନାହାନ୍ତି ।

 

Get real time updates directly on you device, subscribe now.