fbpx

(Video)ଦେଖନ୍ତୁ କିପରି ଚାଲିଛି ଅଟୋଚାଳକଙ୍କ ଗୁଣ୍ଡାରାଜ, ରାସ୍ତା ମଝିରେ ବାଇକ ଟ୍ୟାକ୍ସି ଡ୍ରାଇଭରଙ୍କ ଉପରେ କରିଲେ …

ନୂଆଦିଲ୍ଲୀ:ଆଜିକା ସମୟରେ ବହୁ ଲୋକ ବାଇକ ଟ୍ୟାକ୍ସି ଉପରେ ନିର୍ଭର କରୁଛନ୍ତି। କାରଣ ଏହା ଦ୍ୱାରା ଯେଉଁ ଲୋକକୁ ବିଳମ୍ବ ହେବାର ଆଶା ରହିଥାଏ ମୁଖ୍ୟତଃ ସେମାନେ ସମୟ ପୂର୍ବରୁ ପହଂଚିବା ପାଇଁ ଏହାର ବ୍ୟବହାର କରନ୍ତି । ତେଣୁ ଏହା ପାଇଁ ବର୍ତ୍ତମାନ ସବୁଆଡେ ବାଇକ ଟ୍ୟାକ୍ସି ବ୍ୟବହାର ବଢୁଛି । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ ହେଉଛି ଯାହା କୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ଭିଡ଼ିଓ ରେ ଜଣେ ଉତ୍ତର ଭାରତର ନାଗରିକଙ୍କ ସହ ଆକ୍ରମଣ ତଥା ହିଂସା ହେଉଥିବାର ଏବେ ଖୁବ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଏହାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ସୂଚନାମୁତାବକ ଭାଇରାଲ ଭିଡିଓରେ ଉତ୍ତର-ପୂର୍ବ ରାଜ୍ୟର ଜଣେ ବାଇକ ଟ୍ୟାକ୍ସି ଡ୍ରାଇଭର ଙ୍କୁ ଜଣେ ଅଟୋୱାଲା ଖରାପ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏହି ଭିଡ଼ିଓ ରେ ଦେଖିବାକୁ ମିଳୁଛି ଅଟୋୱାଲା ଜଣକ ବାଇକ ଟ୍ୟାକ୍ସି ଡ୍ରାଇଭରଙ୍କ ହେଲମେଟ ଭାଙ୍ଗି ତାଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ସେ ତାଙ୍କୁ ଧମକ ମଧ୍ୟ ଦେଇଛନ୍ତି। ଅଟୋୱାଲା ବାଇକ୍ ଡ୍ରାଇଭରକୁ ଦୁର୍ବ୍ୟବହାର କରି କହିଛନ୍ତି ଯେ ଏହି ଭଳି ଲୋକ ଅନ୍ୟ ଦେଶରୁ ଆସି ବେଆଇନ ଭାବେ ଏଠାରେ ବାଇକ୍ ଟ୍ୟାକ୍ସି ଚଳାଉଛନ୍ତି । ଯାହା ପାଇଁ ଆମେ ଆମର ଗ୍ରାହକଙ୍କୁ ହରାଉଛୁ।

ଅଟୋଚାଳକ ଭିଡ଼ିଓ ରେ କହୁଥିବାର ଦେଖିବାକୁ ମିଳିଛି ଯେ ‘ବନ୍ଧୁଗଣ, ଦେଖନ୍ତୁ ଏଠି ବେଆଇନ ରାପିଡୋ ବ୍ୟବସାୟ କିପରି ଚାଲିଛି। ଏହି ବ୍ୟକ୍ତି ଅନ୍ୟ ଦେଶରୁ ଆସି ରାଜା ପରି ଏଠାରେ ବୁଲୁଛନ୍ତି । ଏହି ବାଇକ ଚାଳକମାନେ ଅଟୋ ଇଣ୍ଡଷ୍ଟ୍ରି ପାଇଁ ବିପଦ ।

ମିଳଥିବା ସୂଚନାନୁସାରେ ଏହି ଘଟଣା ସୋମବାର ବେଙ୍ଗାଲୁରୁର ଇନ୍ଦିରା ନଗର ମେଟ୍ରୋ ଷ୍ଟେସନ ନିକଟରେ ଘଟିଥିବା ଜଣାପଡିଛି। ଏହି ଭିଡିଓକୁ ଜଣେ ସାକ୍ଷୀ ସୁଟ୍ କରିଛନ୍ତି। ପରେ କିଏ ଏହାକୁ ଟୁଇଟରରେ ସେୟାର କରି ପୋଲିସକୁ ଟ୍ୟାଗ୍ କରି କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ଏହି ପ୍ରସଙ୍ଗରେ ବାଙ୍ଗାଲୋର ପୋଲିସ ଏହାର ପ୍ରତିକ୍ରିୟା ଦେଇଛି। କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

Get real time updates directly on you device, subscribe now.