fbpx

Video: ଗୁପୁଚୁପୁ ଖାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଥାନ ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

Advertisement

ଯାଜପୁର: ଯାଜପୁର ଜଖପୁରା ଥାନ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ ଶେଷ ରଜରେ ଗୁପୁଚୁପୁ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷରେ ଘଟଣାରେ ପ୍ରଥମେ ବଚଷା ଓ ତାପରେ ସଂଘର୍ଷ ହୋଇଥିଲା। ପୂର୍ବରୁ ଉକ୍ତ ଘଟଣାରେ ଏହି ସଂଘର୍ଷରେ ପୋଲିସ କେସ ନମ୍ବର-୬୨,୬୩,୬୪,୬୫,୬୬ ମୋଟ ୭ଜଣ ମଧ୍ୟରୁ ବିଜେଡି-୩,ବଜେପି-୪ କୋର୍ଟ ଚାଲାଣରେ ହୋଇଥିବା ବେଳେ ଆଜି ଜଖପୁରା ଥାନରେ ୪୦ରୁ ଅଧିକା ମହିଳା ଥାନାରେ ଆସି ବିକ୍ଷୋଭ ସହ ଗଣଧାରଣା ଦେଇଥିଲେ।

ସେମାନଙ୍କର ଦାବି ଥିଲା ଗୁପୁଚୁପୁ ଖାଇବା ଗୋଷ୍ଠୀ ସଂଘର୍ଷରେ ବିଜେଡ଼ିର ସମ୍ପୃକ୍ତି ଥିବା ବ୍ୟକ୍ତି ମାନଙ୍କୁ ଗିରଫ କରାଯାଉ ଓ ଥାନ ରେ ଥିବା ଥାନର ଏସଆଇ ରବିନ୍ଦ୍ର ପ୍ରଧାନଙ୍କୁ ଏଠାରୁ ବଦଳି କରାଯାଉ ନେଇ ତୀବ୍ର ବିକ୍ଷୋଭ ହୋଇଥିଲା। ଜଖପୁରା ଥାନର ଭାରପ୍ରାପ୍ତ ଅଧିକାରୀ ଜଗଦୀଶ କର ତାଙ୍କ ସହ ଆଲୋଚନା ସହ ବୁଝାସୁଝା କରିବା ପରେ ସେମାନେ ପେରିଯାଇଥିଲେ। ଯଦି ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କୁ ଗିରଫ ନକରାଯାଏ ଆଗାମୀ ଦିନରେ ରାସ୍ତା ଅବରୋଧ ସହ ଏସ.ପି କାର୍ଯ୍ୟାଳୟ ଆଗରେ ଧାରଣ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

Get real time updates directly on you device, subscribe now.