fbpx

(Video): ସୀମା ଟପିଲେ କଂଗ୍ରେସ ସାଂସଦ, ପ୍ରଚାର ସମୟରେ ବୃଦ୍ଧଙ୍କୁ ମାରିଲେ ଗୋଇଠା

ଚଣ୍ଡିଗଡ଼: ପାଖେଇ ଆସୁଛି ହରିୟାଣା ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି । ମହିଳାଙ୍କ ବିରୋଧରେ ଭୁଲ ଟିପ୍ପଣୀ ଦେବା ମାମଲାରେ ଛନ୍ଦି ହୋଇଥିବା କଂଗ୍ରେସ ସାଂସଦ ଜୟ ପ୍ରକାଶ ପୁଣି ଏକ ନୂତନ ବିବାଦ ମଧ୍ୟରେ ଘେରି ହୋଇଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଜଣେ ବୃଦ୍ଧଙ୍କ ପ୍ରତି ଅସଦାଚରଣ କରିଥିବା ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶୁକ୍ରବାର ଚୀକା ସ୍ଥିତ ନୂତନ ଶସ୍ୟ ମଣ୍ଡିରେ କ୍ଷମତା ପରିବର୍ତ୍ତନ ରାଲି ଆୟୋଜନ କରାଯାଇଥିଲା । ଏଥିରେ ସାଂସଦ ଦୀପେନ୍ଦ୍ର ହୁଡା, ଗୁହଲାରୁ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ହଂସଙ୍କ ସମର୍ଥନରେ ଭୋଟ୍ ଅପିଲ କରିବା ପାଇଁ ରାଲିରେ ପହଂଚିଥିଲେ । ଏହି ରାଲିରେ କଂଗ୍ରେସ ସାଂସଦ ଜୟ ପ୍ରକାଶ ମଧ୍ୟ ଉପସ୍ଥିତି ଥିଲେ । ଷ୍ଟେଜ୍ ଉପରେ ଛିଡ଼ା ହୋଇ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବା ସମୟରେ ଭିଡ଼ ଦେଖିବାକୁ ମିଳିଥିଲା । ଏଥିରୁ ବିରକ୍ତ ହୋଇ ସେ ପାଖରେ ଛିଡ଼ା ହୋଇଥିବା ଜଣେ ବୃଦ୍ଧଙ୍କୁ ଗୋଇଠା ମାରିଥିଲେ । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସାଂସଦଙ୍କ ଏହି ଭିଡିଓକୁ ସମସ୍ତ ମହଲରୁ ନିନ୍ଦା କରାଯାଉଛି । ସାଂସଦ ଉକ୍ତ ବୃଦ୍ଧଙ୍କ ଠାରୁ କ୍ଷମାପ୍ରାର୍ଥନା କରିବା ନେଇ ସାଧାରଣରେ ଦାବି ହେଉଛି । ତେବେ ଏନେଇ ସାଂସଦଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ ।

Get real time updates directly on you device, subscribe now.