fbpx

(Video): ଫେକ୍ ଷ୍ଟଣ୍ଟ୍ କରିବା ପଡ଼ିଲା ମହଙ୍ଗା, Escalatorରେ ପିଲାକୁ ଧରି ଚଢ଼ୁଥିଲେ ମହିଳା, ତା’ ପରେ ହେଲା ଏମିତି କିଛି

ଓଡ଼ିଶା ଭାସ୍କର: ବେଳେ ବେଳେ ବ୍ୟକ୍ତିର ଅସାବଧାନତା ନିଜ ସହ ଅନ୍ୟ ପାଇଁ ବିପଦର କାରଣ ସାଜିପାରେ । ଆଜିକାଲି ଅଧିକାଂଶ ବ୍ୟକ୍ତିଙ୍କୁ ରୀଲ୍ସ ନିଶା ଘାରିଛି । ନିଜ ଜାଣ ଅଜାଣତରେ ସେମାନେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବାକୁ ମଧ୍ୟ ପଛାଉନାହାଁନ୍ତି । ସେମାନେ ଭୁଲିଯାଉଛନ୍ତି କି କିଛି ସମୟର ମଜା ମସ୍ତି ପାଇଁ ସାରା ଜୀବନ ପଶ୍ଚାତାପ କରିବାକୁ ପଡ଼ିପାରେ । ନିକଟରେ ଏଭଳି ଏକ ଉଦାହରଣ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଆଶର୍ଯ୍ୟ ହୋଇଯିବେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ରୀଲ୍ସକୁ @divyakumaari ନାମକ ଜଣେ ବ୍ୟବହାରକାରୀ ନିଜ ‘ଏକ୍ସ’ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଦର୍ଶାଯାଇଛି ଯେ କିପରି ଦୁଇ ଜଣ ମହିଳା ଗୋଟିଏ ଛୋଟ ପିଲାକୁ ଧରି ଏସ୍କାଲେଟରରେ ଚଢ଼ିବା ପାଇଁ ଚେଷ୍ଟା କରୁଛନ୍ତି । ପିଲାକୁ ଧରି ମସ୍ତି ଅନ୍ଦାଜରେ ଏସ୍କାଲେଟର ଚଢ଼ୁଥିବା ସମୟରେ ମହିଳାଙ୍କ ସନ୍ତୁଳନ ବିଗିଡ଼ିଯାଇଥିଲା ଏବଂ ସେମାନେ ସିଡିରେ ପଡ଼ିଯାଇଥିଲେ । ସୌଭାଗ୍ୟବଶତଃ ପିଲାକୁ କିଛି ଆଘାତ ଲାଗିନଥିଲା । ଏହାକୁ ଦେଖି ଜଣେ ବ୍ୟକ୍ତି ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । କିନ୍ତୁ ପରେ ଜଣା ପଡ଼ିଲା ଯେ ସେମାନେ ରୀଲ୍ସ କରୁଥିଲେ । ଫେକ୍ ଷ୍ଟଣ୍ଟ୍ କରିବା ସେମାନଙ୍କୁ ମହଙ୍ଗା ପଡ଼ିଲା । ତେବେ ଏହି ଘଟଣା ଏକ ରେଳ ଷ୍ଟେସନର ବୋଲି ଜଣାପଡ଼ିଛି । ପିଲାଙ୍କ ସହ ମଜା ମସ୍ତିରେ ବି ଏପରି କରନ୍ତୁ ନାହିଁ । ଏହି ଭିଡିଓକୁ ପ୍ରାୟ ଏକ ଲକ୍ଷ ଲୋକ ଦେଇଛନ୍ତି ଏବଂ କମେଣ୍ଟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି- ଏସ୍କାଲେଟର ଚଢ଼ିବା ସମୟରେ ସାବଧାନତା ଅବଲମ୍ବନ କରିବା ଉଚିତ । ଅନ୍ୟ ଜଣେ ଲେଖିଲେ ରୀଲ୍ସ କରିବା ଚକ୍କରରେ ଲୋକମାନେ ଏତେ ବେପରୁଆ ହୋଇଯାଇଛନ୍ତି କି ପିଲାଙ୍କ ଜୀବନ ମଧ୍ୟ ବିପଦରେ ପକାଉଛନ୍ତି ।

Get real time updates directly on you device, subscribe now.