fbpx

(Video) “ଯା..ମୁଁ ଖାଇବିନି…”; ଗୋମାତାଙ୍କୁ ଘାସ ନଦେଇ ଭଣ୍ଡାଇଲା ଯୁବକ, ତା’ପରେ….

ଓଡ଼ିଶା ଭାସ୍କର: ଇଣ୍ଟର୍ନେଟ୍ ରେ ଦିନକୁ ଦିନ ବିଭିନ୍ନ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଖୁସି ଦେଉଛନ୍ତି ବିଶ୍ୱର କୋଟି କୋଟି ଲୋକ। ହଁ ଆଜ୍ଞା ପାଠକ ବନ୍ଧୁ ଦିନକୁ ଦିନ ଭାଇରାଲ ଭିଡିଓ ଦେଖିବାକୁ ଭଲ ପାଇଲେଣି ପିଲାଠୁ ବୁଢ଼ା। ଯାହା ଏକ ଗବେଷଣାରୁ ଜଣା ଜାଇଛି ବିଶ୍ୱର ପାଖାପାଖି 65.7 % ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ସେମିତି ଦେଖିବାକୁ ଗଲେ ଆମ ଦେଶର 48.7 % ଲୋକ ଇଣ୍ଟରନେଟ ବ୍ୟବହାର କରିଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବପିଢ଼ି ଇଣ୍ଟରନେଟ୍ ରେ ଏହି ମଜାମଜା ଭିଡ଼ିଓ ଦେଖିବାକୁ ପସନ୍ଦ କରିଥାନ୍ତି। ତେବେ ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଯେ କେହିବି ନ ହସି ରହିପାରିବନାହିଁ, ବରଂ ଆଶ୍ଚର୍ଯ୍ୟର ସହ ଦେଖିବ। ଭିଡ଼ିଓଟି ଏକ ଗାଈକୁ ନେଇ। ଭିଡ଼ିଓରେ ଜଣେ ଯୁବକ ଏକ ଗାଈକୁ ଘାସ ଖାଇବାକୁ ଦେଉଛି ଆଉ ପୁଣି ନେଇ ଯାଇଛି, ଏପରି ଦୁଇଥର କରିବା ପରେ ଗାଈଟି ସେ ଯୁବକ ଉପରେ ଋଷି/ଅଭିମାନ କରୁଛି। ଯାହାର ଦୃଶ୍ୟ ଆପଣ ଦେଖିବା ପରେ ଯାଇ ବିଶ୍ୱାସ କରିବେ।

ତେବେ ଏହି ଭିଡିଓଟିକୁ @AMAZlNGNATURE ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ପୋଷ୍ଟ କରାଯାଇଛି। ଏବେଯାଏ ଭିଡିଓକୁ 30 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। 11 ହଜାର ଲୋକରୁ ଅଧିକ ଲୋକ ଲାଇକ୍ କରିସାରିଲେଣି। 150ରୁ ଅଧିକ ଲୋକ କମେଣ୍ଟ କରିଛନ୍ତି। ଏହି ଭିଡିଓ ଦେଖିବା ପରେ ଆପଣ ବି କହିବେ ସତରେ କଣ ପଶୁମାନେ ଏପରି ପ୍ରତିକ୍ରିୟା ଦେଇ ପାରିବେ ।

Get real time updates directly on you device, subscribe now.