fbpx

(Video) ଭଲ ଖବର; କ୍ୟାମେରା ଆଗରେ ବଖାଣିଲେ ସଙ୍ଘର୍ଷର ଭିନ୍ନ ଏକ କାହାଣୀ, ଡ୍ରାଇଭରରୁ ୟୁଟୁବର୍

ଓଡ଼ିଶା ଭାସ୍କର: ( ଓଡ଼ିଶା ଭାସ୍କର ) ୟୁଟ୍ୟୁବ୍ ରୁ ରୋଜଗାର କରୁଛନ୍ତି ମାସକୁ ତିନି ଲକ୍ଷ ଟଙ୍କା । କିଣିଛନ୍ତି ଚାରୋଟି ଟ୍ରକ୍ । କଥାଟା ବିଶ୍ୱାସ ହେଉ ନ ଥିଲେ ବି ସତ । ସେ ହେଉଛନ୍ତି ଜଣାଶୁଣା ୟୁଟୁବର୍ ତେଲୁଗୁ ଡ୍ରାଇଭର ଟ୍ରାଭେଲ୍ସ୍ ର ପ୍ରତିଷ୍ଠାତା ଜଗନ୍ । ଦିନକୁ ସାତରୁ ଆଠ ହଜାର ଟଙ୍କା କମାଉଛନ୍ତି ୟୁଟ୍ୟୁବ୍ ରୁ । ତେବେ ପ୍ରଥମେ ଜଗନ୍ ଜଣେ ଡ୍ରାଇଭର୍ ଥିଲେ । ପରେ ୟୁଟ୍ୟୁବ୍ ଚ୍ୟାନେଲ୍ କରି ଆଜି ଏହି ସ୍ଥାନରେ ପହଁଛି ଥିବା କହିଛନ୍ତି ଜଗନ୍ ଙ୍କ ଡ୍ରାଇଭର୍ ସିକନ୍ଦର । ଗାଡିର ଭିଡିଓ କରି କୋଟିପତି ହୋଇଛନ୍ତି ଜଗନ୍ । ରୋଜଗାରର ଭିନ୍ନ ଏକ ମାଧ୍ୟମ ୟୁଟ୍ୟୁବ୍ । ଏକଥା ଆମେ କହୁନାହୁଁ ବରଂ ଆମ ରିପୋର୍ଟର୍ ସୀମା ଦାସ ଯେତେବେଳେ ୟୁଟୁବର୍ ତେଲୁଗୁ ଡ୍ରାଇଭର ଟ୍ରାଭେଲ୍ସ୍ ର ପ୍ରତିଷ୍ଠାତା ଜଗନ୍ ଙ୍କ ଡ୍ରାଇଭର ସିକନ୍ଦରଙ୍କୁ ପଚାରିଥିଲେ, ସେ ତାଙ୍କ ସଙ୍ଘର୍ଷର କାହାଣୀକୁ ଆମ କ୍ୟାମେରା ଆଗରେ ବଖାଣିଥିଲେ ।

ତାଙ୍କର କଥାରୁ ତାଙ୍କର ସଙ୍ଘର୍ଷ କଥା ସ୍ପଷ୍ଟ ଜଣା ପଡୁଛି । ଜଗନ୍ କିପରି ଜଣେ ସାଧାରଣ ଟ୍ରକ ଡ୍ରାଇଭରରୁ ଏତେ ବଡ଼ ୟୁଟ୍ୟୁବର୍ ହୋଇପାରିଲେ ତାହା ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟିଛି । ନିଷ୍ଠାର ସହ ଯେକୌଣସି କାମ କରିଲେ ବି ତାହା ଆମକୁ ସଫଳତା ଆଣି ଦେଇ ଥାଏ । ଏପରି ଅନେକ ପ୍ରେରଣାଦାୟୀ କାହାଣୀ ବିଭିନ୍ନ ଗଣମାଧ୍ୟମରୁ ଦେଖନ୍ତି ହେରେ ଏହି କାହାଣୀଟି କିଛି ନିଆରା ଥାବା ଜଣାଯାଉଛି ।

Get real time updates directly on you device, subscribe now.