fbpx

(Video): ଏଠାରେ ଡ୍ରୋନ୍ ସର୍ଭ କରୁଛି କଫି, ଜାଣନ୍ତୁ କେଉଁଠି

ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନେ କଫି ପିଇବାକୁ ପସନ୍ଦ କରିଥାନ୍ତି । ଅଫିସ କାମ ହେଉ କିମ୍ବା ସାଙ୍ଗସାଥି ବା ପରିବାର ସହ ସମୟ ବିତାଇବା ପାଇଁ କଫି ଶପ୍ ପ୍ରାୟ ସମସ୍ତଙ୍କ ପ୍ରଥମ ପସନ୍ଦ । ଆପଣ ଅନେକ କଫି ଦୋକାନ ଦେଖିଥିବେ ଯେଉଁଠି ୱେଟରମାନେ କଫି ସର୍ଭ କରିଥାନ୍ତି । କିନ୍ତୁ କୋଲକାତା ସ୍ଥିତ salt lakeରେ ଏପରି ଏକ କାଫେ ଅଛି ଯାହା ଏକ ନିଆରା ପନ୍ଥା ଆପଣାଇଛି । ସେଠାରେ ‘ଡ୍ରୋନ୍’ ଗ୍ରାହକଙ୍କୁ କଫି ସର୍ଭ କରିଥାଏ । ମାତ୍ର କିଛି ମିନିଟରେ ଡ୍ରୋନ୍ ଉଡ଼ି ଉଡ଼ି ଆସି ଆପଣଙ୍କ ଟେବୁଲ ପାଖରେ କଫି ସର୍ଭ କରିଥାଏ । ହୋମ୍ ଡେରିଭେରି ପାଇଁ ଏହି ସୁବିଧା ଉପଲବ୍ଧ ନାହିଁ । ବର୍ତ୍ତମାନ ଇନଷ୍ଟାଗ୍ରାମରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓର ଏକ ପୋଷ୍ଟରେ ଜଣେ ୟୁଜର ଲେଖିଛନ୍ତି, ‘ମୋ ପାଇଁ ଏହି ସ୍ଥାନ ସବୁବେଳେ ବିଶେଷ ରହିବ’, ଆଉ ଜଣେ ଲେଖିଛନ୍ତି, ‘ଚାଲ ପୁଣି ଥରେ ସେଠାକୁ ଯିବା’ ଏପରି ଅନେକ କମେଣ୍ଟ କରିଛନ୍ତି ଇନଷ୍ଟାଗ୍ରାମ ୟୁଜର ।

 

View this post on Instagram

 

A post shared by The Kolkata Buzz ® (@thekolkatabuzz)

Get real time updates directly on you device, subscribe now.