fbpx

Video: ନାଁ ଅଛି ରାସ୍ତା ଘାଟ ନା ଦୁର ହୋଇଛି ମୌଳିକ ସମସ୍ୟା, ମାଲକାନିଗିରି ପଦ୍ମପୁରରୁ ଆସିଲା ବିକାଶର ନଗ୍ନ ଚିତ୍ର

ମାଲକାନଗିରି: କଞ୍ଚା ମାଟିର ରସ୍ତା। ପାଦ ପକାଇଲେ ପଚକରି କାଦୁଆରେ ପଶି ଯାଉଛି। ଏ ରାସ୍ତା ଜଙ୍ଗଲରୁ ସହରକୁ ଭାଗ୍ୟ ନିର୍ଦ୍ଦଧାରଣ କରେ। ଆଦିବାସୀ ମାନଙ୍କୁ ଅଣ୍ଟା ସଳଖି ଛିଡା ହେବା ପାଇଁ ଆର୍ଥିକ ମେରୁଦଣ୍ଡ ପାଲଟେ। ଏ ରାସ୍ତା ଉପରେ ଗାଡିର ଚକ ଗଡିବାତ ଦୂରର କଥା ପଦା ପକାଇ ଯିବା ମଧ୍ୟ ଆସମ୍ଭବ। ପାଦେ ପାଦେରେ ବିପଦ। ହେଲ ସଂଘର୍ଷତ କରିବାକୁ ପଡିବ। କାରଣ ଏଠି ବାଗ୍ୟ ଓ ଭବିଷ୍ୱତ,ବ୍ୟବସାୟ ସବୁ ଏ ରାସ୍ତା ଉପରେ ନିର୍ଭର କରେ। ସେଥିପାଇଁ ସୂରୁଜ ଉଇଁଲେ କାଦୁଅ ପଚପଚ ରାସ୍ତାରେ ଜଙ୍ଗଲରୁ ସହର ଆଡକୁ ଆରମ୍ଭ ହୁଏ ସଂଘର୍ଷ।ମାଲକାନିଗିରିରୁ ଦେଖିବା ଏହି ରିପୋର୍ଟ..

ନାଁ ଅଛି ରାସ୍ତା ଘାଟ ନା ଦୁର ହୋଇଛି ମୌଳିକ ସମସ୍ୟା। ରୋଗଗ୍ରାସ୍ତ ହେଲେ ଭଗବାନ ହିଁ ଭରଷା। ସରକାରି ଯୋଜନା ତ ଦୂରର କଥା ନିତିଦିନିଆ ସୁବିଧା ଏଇଠି ସାତ ସପନ। ହଁ ଆଜ୍ଞା ଆମେ କହୁଛୁ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିନ୍ଧିରିମାଳ ପଞ୍ଚାୟତର ପଦମପୁର ଗ୍ରାମର କଥା। ଯେଉଁଠି କି ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ପକା ସଡକ ଟିଏ ପହଞ୍ଚି ପାରି ନାହିଁ ସେଇଠି ଅନ୍ୟନ ଯୋଜନାର କଥା କିଏ ବା ପଚାରେ। ଏମିତି କିଛି ଅଭିଯୋଗ ଆମ ପାଖକୁ ଆସିବା ପରେ ଜଣେ ଦାୟିତ୍ୱବାନ ଗଣମାଧ୍ୟମ ଭାବରେ ଏହାକୁ ଆମେ ଗୁରତ୍ୱର ସହ ନେଇ ସ୍ଥିର କଲୁ ସେଇ ଗ୍ରାମକୁ ଯିବା ଲାଗି।

ଆମ ମାଲକାନଗିରି ଜିଲ୍ଲା ପ୍ରତିନିଧି ଜୟନ୍ତ ତିଆଡି ପଦମପୁର ଗ୍ରାମକୁ ଯିବା ଲାଗି ଜିଲ୍ଲା ସଦର ମହକୁମାରୁ ବାଇକରେ ବାହାରି ଥିଲେ। ପଦମପୁର ଗ୍ରାମକୁ ଯିବା ସମୟରେ ପଡିଥିଲା ଅନେକ ଘାଟି ରାସ୍ତା। ଯେଉଁଠି କି ପାଦ ଚଲା ରାସ୍ତା ଠିକ ନଥିବା ବେଳେ ଜଙ୍ଗଲି ପଶୁ ପକ୍ଷୀଙ୍କ ଭଳି ଆଜିର ଏହି ବିଂଶ ଶତାବ୍ଦୀର ମଣିଷ ନିଜ କାନ୍ଧରେ ଅତ୍ୟାବସିକ ସାମଗ୍ରୀର ଭାର ରେ ବୋହି ପାହାଡ଼ ଜଙ୍ଗଲ ଭିତରେ ଘାଟି ଡେଇଁ ନିଜ ଗ୍ରାମକୁ ଯାଉଥିବାର ଦୃଶ୍ୟ ଆମ କେମେରା କଏଦ କରିଥିଲା। ଯାହାକି ଆପଣ ମାନେ ଦେଖୁଛନ୍ତି ହଁ ଆଜ୍ଞା ଟିକେ ଭଲ କି ଦେଖନ୍ତୁ ଏହି ଦୃଶ୍ୟ କୁ ଯାହା କି ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଟରେ ଘର କରିବାକୁ ମନ ବଳାଉ ଥିବା ବେଳେ ଏଭଳି ପଥରେ ଚାଲିଯିବା କୁ ବାଧ୍ୟ ହେଉଛନ୍ତି ପଦମପୁର ଗ୍ରାମର କନ୍ଧ ଆଦିବାସୀ ସମ୍ପ୍ରଦାୟ।

Get real time updates directly on you device, subscribe now.