(Video): ଅଙ୍କଲଙ୍କ ସହ ଗୋଟିଏ ଥାଳିରୁ ଖାଇଲା ମାଙ୍କଡ଼, ଲୋକେ ଦେଖି ତାଜ୍ଜୁବ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାୟା କରିଛି । ଭାଇରାଲ ହେବା ପାଇଁ ଏହା ଯେପରି ଏକ ଉପଯୁକ୍ତ ପ୍ଲାଟଫର୍ମ ପାଲଟିଛି । ଅଧିକାଂଶ ବ୍ୟକ୍ତି ରୀଲ୍ସ, ନାଚ, ଗୀତ ଭଳି ମନୋରଂଜନ ଏବଂ ବିଭିନ୍ନ ଟ୍ୟାଲେଣ୍ଟ ପ୍ରଦର୍ଶନ କରି ଲୋକଙ୍କ ପ୍ରଶଂସା ସାଉଁଟୁଛନ୍ତି । ଏଥିମଧ୍ୟରୁ କିଛି ଭିଡିଓ ପ୍ରେରଣାଦାୟୀ, ଦୁଖଦାୟକ, ହାସ୍ୟସ୍ପଦ ଥିବା ବେଳେ କିଛି ଲୋକଙ୍କୁ ଚକିତ କରୁଛି । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଲୋକଙ୍କ ହୃଦୟକୁ ଛୁଇଁପାରିଛି ।

shalu_weightlifter ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ଏହି ଭିଡିଓକୁ ଶେୟାର କରଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ବଜରଙ୍ଗବଲିଙ୍କ ଭଣ୍ଡାରାରେ ସ୍ୱୟଂ ବଜରଙ୍ଗବଲି ଆସି ଭୋଗ ଲଗାଇଲେ ।’ ତେବେ ଏହି ଭିଡିଓରେ ଦର୍ଶାଯାଇଛି କି କିପରି ସମସ୍ତ ବ୍ୟକ୍ତି ଭଣ୍ଡାରାରେ ଭୂମିରେ ବସି ପ୍ରସାଦ ସେବନ କରୁଛନ୍ତି । ଏହି ସମୟରେ ମାଙ୍କଡ଼ଟିଏ ଜଣେ ଅଙ୍କଲଙ୍କ ଥାଳିରୁ ଭୋଜନ ଗ୍ରହଣ କରୁଛି । ମାଙ୍କଡ଼ଟି ବହୁତ ନିଶ୍ଚିନ୍ତରେ ତାଙ୍କ ଥାଳିରୁ ଖାଉଛି । ସେହିପରି ଅଙ୍କଲ ମଧ୍ୟ ବହୁତ ଆରାମରେ ମାଙ୍କଡ଼ ସହ ଖାଉଛନ୍ତି । ମଝିରେ ମାଙ୍କଡ଼ଟି ଅନ୍ୟ ଲୋକଙ୍କୁ ଦେଖି ଡରୁଥିବାରୁ ଆଙ୍କଲ ତାକୁ ଆରାମରେ ବସି ଖାଇବା ପାଇଁ ଇଶାରା କରୁଛନ୍ତି । ଅଙ୍କଲଙ୍କ ଏପରି ବ୍ୟବହାରକୁ ସମସ୍ତେ ପ୍ରଶଂସା କରୁଛନ୍ତି । ସେଠାରେ ଉପସ୍ଥିତ ଅନେକ ବ୍ୟକ୍ତି ଏହି ନିଆରା ଦୃଶ୍ୟର ଭିଡିଓ ଏବଂ ଫଟୋ ମୋବାଇଲରେ କଏଦ କରିଥିଲେ । ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଲାଇକ୍ କରିଛନ୍ତି ଏବଂ ଅନେକ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଅଙ୍କଲ ଦର୍ଶକଙ୍କ ମନ ଜିଣିନେଲେ ।’ ଅନ୍ୟ ଜଣେ ଲେଖିଛନ୍ତି, ‘ଅଙ୍କଲ ବହୁତ ଯତ୍ନବାନ ।’

 

View this post on Instagram

 

A post shared by shalu Sharma (@shalu_weightlifter)

Get real time updates directly on you device, subscribe now.