(Video)ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରଭାବ; ୫୦ବର୍ଷ ମଧ୍ୟରେ ପ୍ରଥମ ଥର ବଜାରରେ ଦେଖାଦେଲା ‘ରାମଚରିତମାନସ’ର ଅଭାବ
ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ପ୍ରସ୍ତୁତି। ଜାନୁଆରୀ ୨୨ ରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିବେ । ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଗୀତା ପ୍ରେସ୍ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାମଚରିତମାନସର ଅଭାବର ସମ୍ମୁଖୀନ ହେଉଥିବା ଦେଖାଦେଇଛି । ଆସନ୍ତା ଜାନୁଆରି ୨୨ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଚାହିଦା ବୃଦ୍ଧି ପାଇଛି। ରାମଚରିତମାନସର ଚାହିଦା ବୃଦ୍ଧି ପାଉଥିବାରୁ ଗୀତା ପ୍ରେସ୍ କର୍ମଚାରୀମାନେ ଖୁସି ଅଛନ୍ତି।
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାନର ତାରିଖ ଘୋଷଣା ହେବା ପରଠାରୁ ସୁନ୍ଦର କାଣ୍ଡ ଓ ହନୁମାନ ଚାଳିସା ସହ ରାମଚରିତମାନସର ଚାହିଦା ବଢିବାରେ ଲାଗିଛି । ‘ପୂର୍ବ ବର୍ଷଗୁଡ଼ିକରେ ଆମେ ପ୍ରତି ମାସରେ ପ୍ରାୟ ୭୫,୦୦୦ ରାମଚରିତମାନସ କପି ପ୍ରକାଶ କରୁଥିଲୁ । ଚଳିତ ବର୍ଷ ଆମେ ୧ ଲକ୍ଷ କପି ପ୍ରକାଶ କରିଛୁ, ତଥାପି କୌଣସି ଷ୍ଟକ୍ ବାକି ନାହିଁ ‘। ଏନେଇ ଗୀତା ପ୍ରେସ୍ ମ୍ୟାନେଜର ଲାଲମଣି ତ୍ରିପାଠୀ କହିଛନ୍ତି।
ସେପଟେ ପୂର୍ବରୁ ରାମ ମନ୍ଦିର ପାଇଁ ଅନେକ ବ୍ୟବସାୟୀଙ୍କୁ ଏକ ବଡ଼ ସୁଯୋଗ ଦେଇଛି। ଏହି ଐତିହାସିକ ଦିନର ସ୍ମୃତିକୁ ବଜାୟ ରଖିବାକୁ ଲୋକେ ଚାହୁଁଛନ୍ତି । ସେଥିପାଇଁ ରାମ ମନ୍ଦିରର ମଡେଲକୁ କିଣୁଛନ୍ତି ଶ୍ରଦ୍ଧାଳୁ । ଦିଲ୍ଲୀର ବିଜୟ ପାଲ ନାମକ ଜଣେ ବ୍ୟବସାୟୀ ୨୦ ଦିନ ତଳେ ରାମ ମନ୍ଦିର ମଡେଲକୁ ବଜାରରେ ଉନ୍ମୋଚନ କରିଥିଲେ। ବ୍ୟବସାୟୀଙ୍କ ଦ୍ୱାରା ତିଆରି ମଡେଲକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ବର୍ତ୍ତମାନ ଚାହିଦା ସଂଖ୍ୟା ୧ କୋଟିରେ ପହଞ୍ଚିଛି। ଏଥିରୁ ଲୋକଙ୍କ ଶ୍ରଦ୍ଧାକୁ ସ୍ପଷ୍ଟ ଭାବେ ବାରି ହୋଇଛି ।
VIDEO | "Ever since the date of Ram Lalla's Pran Pratishtha has been announced, the demand for Ramcharitmanas, along with Sundar Kand and Hanuman Chalisa, has increased. In the previous years, we were publishing around 75,000 copies of Ramcharitmanas every month. This year, we… pic.twitter.com/w0jniGjoWl
— Press Trust of India (@PTI_News) January 12, 2024