fbpx

(Video) ବିରୋଧ ସମୟରେ ଚୋରି: ଦେଖନ୍ତୁ କିପରି ଇମ୍ରାନ ଖାନଙ୍କ ସମର୍ଥକମାନେ ଲାହୋର ସେନା ଅଧିକାରୀଙ୍କ ଘରୁ ଚୋରାଇଲେ କୋକ ସହ କୋରମା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ସମର୍ଥକମାନେ ସେଠାରେ ଥିବା ସଶସ୍ତ୍ର ବାହିନୀର ଏକ ସରକାରୀ ବିଲ୍ଡିଂରୁ ଷ୍ଟ୍ରବେରି ଠାରୁ ଚିକେନ୍ ପର୍ଯ୍ୟନ୍ତ ଚୋରି କରିବା ଦୃଶ୍ୟ ବର୍ତ୍ତମାନ ସିସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି। ତେବେ ଆସନ୍ତୁ ଦେଖିବା କିପରି ସମର୍ଥକମାନେ ବିରୋଧ କରିବା ପରିବର୍ତ୍ତେ ଚୋରି କରୁଛନ୍ତି।

ବିଳମ୍ବିତ ରାତିରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଥିବା ଲାହୋର କର୍ପସ କମାଣ୍ଡରଙ୍କ ଜଳୁଥିବା ଘରର ପୃଷ୍ଠଭୂମିରେ ଏହି ଭିଡିଓ ସୁଟିଂ ହୋଇଥିବା ଜଣାଯାଇଛି। ତେବେ ଭିଡ଼ ଭିତରୁ କିଛି କ୍ୟାମେରାରେ ଦୃଶ୍ୟମାନ ହୋଇଥିଲା ଯେ, ସେମାନେ “ଆର୍ମି ଅଫିସ୍” ଲୁଟ କରିଛନ୍ତି ଏବଂ ସେମାନଙ୍କ ରୋଷେଇ ଘରୁ ସମସ୍ତ ଜିନିଷ ନେଇଆଛନ୍ତି। ଏହି ଭିଡିଓରେ ଦର୍ଶାଯାଇଛି ଯେ, ଉଭୟ ପୁରୁଷ ଏବଂ ମହିଳା ସେଠାରୁ ନିଜ ଘରକୁ ଖାଦ୍ୟ ସାମଗ୍ରୀ ନେଇ ଯାଉଛନ୍ତି।ଷ୍ଟ୍ରବେରି ଠାରୁ ଆରମ୍ଭ କରି ରନ୍ଧା କୁରମା ପର୍ଯ୍ୟନ୍ତ ଜନସାଧାରଣ ଖୋଲାଖୋଲି ଭାବରେ ଚୋରି ସାମଗ୍ରୀ ନେଇ ଯାଉଥିବାର ଦେଖାଯାଇଥିଲା। ଭାଇରାଲ ଭିଡିଓରେ ଦେଖାଯାଉଥିବା ସେମାନଙ୍କ ମଧ୍ୟରୁ ଜଣେ ଘର ଭିତରୁ କିଛି ଚିକେନ ମଧ୍ୟ ନେଇ ଆସିଥିଲେ।

ପାକିସ୍ତାନର ଜଣେ ସାମ୍ବାଦିକ ସେୟାର କରିଥିବା ଅନ୍ୟ ଏକ ଭିଡିଓରେ ଲୋକମାନେ ଚୋରି ହୋଇଥିବା ଷ୍ଟ୍ରବେରି ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ଏହି ଘଟଣା ପାକିସ୍ତାନୀ ସେନାର ଲାହୋର କର୍ପସ କମାଣ୍ଡର ଲେଫ୍ଟ ଜେନେରାଲ ସଲମାନ ଫାୟାଜ ଘାନିଙ୍କ ବାସଭବନରୁ ଘଟିଛି।

Get real time updates directly on you device, subscribe now.