(Video) ବିଦ୍ୟା ବାଲାନଙ୍କର ହେବ ଫିଲ୍ମ ‘କାହାନୀ ୩’ରେ ଧମାକାଦାର କମବ୍ୟାକ୍‌, ଜାଣନ୍ତୁ କଣ କହିଲେ ମେକର୍ସ

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ପୁଣିଥରେ ନିଜ ଫିଲ୍ମରେ ଧମାକେଦାର କମବ୍ୟାକ୍ କରିବାକୁ ଯାଉଛନ୍ତି।

ନୂଆଦିଲ୍ଲୀ: ବିଦ୍ୟାବାଲାନ ଏବଂ ସୁଜୟ ଘୋଷ ‘କାହାନୀ ୩’ ପାଇଁ ପୁଣିଥରେ ଏକାସାଙ୍ଗରେ ଆସୁଛନ୍ତି। ସ୍କ୍ରିପ୍ଟ ପ୍ରସ୍ତୁତ ଏବଂ ଆଉ ଏକ ଫିଲ୍ମକୁ ଅଭିନେତ୍ରୀଙ୍କ ମଞ୍ଜୁରୀ ମଧ୍ୟ ମିଳିସାରିଛି।

ବର୍ତ୍ତମାନ ଏହି ପ୍ରୋଜେକ୍ଟକୁ ନେଇ ଅଫିସିଆଲ ହେବାର ଅପେକ୍ଷା ରହିଛି। କିନ୍ତୁ ସୂଚନା ମୁତାବକ, ଏହି ଫିଲ୍ମରେ ପୁରୁଣା କଳାକାରଙ୍କର ମଧ୍ୟ କମବ୍ୟାକ୍ ହୋଇପାରେ।

ଯଦି ଏହି ପ୍ରୋଜେକ୍ଟ ବିଦ୍ୟା ବାଗଚୀ, ବୋବ୍ ବିଶ୍ୱାସ, ରାଣା ଏବଂ ଖାନଙ୍କ ଭଳି ଦମଦାର ଚରିତ୍ର ସହ ନିର୍ମାଣ ହେବ, ତେବେ ଏହା ଫ୍ୟାନ୍ସଙ୍କ ପାଇଁ ଏକ ଟ୍ରିଟ୍ ହେବ।

 

View this post on Instagram

 

A post shared by Vidya Balan (@balanvidya)

ମିଳିଥିବା ଗୁପ୍ତ ସୂଚନା ମୁତାବକ, ସୁଜୟ ଘୋଷଙ୍କ ଅଫିସରେ ଏକ ସ୍କ୍ରିପ୍ଟ ଲକ୍ ହୋଇଛି, ଏବଂ ବିଦ୍ୟାବାଲାନ ‘କାହାନୀ ୩’ ପାଇଁ ନିଜ ସହମତି ଦେଇଛନ୍ତି।

ଏପର୍ଯ୍ୟନ୍ତ ଅଫିସିଆଲ ଭାବେ ସ୍ପଷ୍ଟ ହୋଇନାହିଁ। ହେଲେ ଚର୍ଚ୍ଚା ରହିଛି ଯେ, ନୂଆ ଫିଲ୍ମ ପ୍ରଥମ ଭାଗର ବିଦ୍ୟା ବାଗଚୀଙ୍କ କାହାଣୀ ଆଗାମୀ କାହାଣୀ ଭାବେ କାମ କରିବ।