fbpx

ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର: ସକାଳୁ ସକାଳୁ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ତେବେ ଏହି ଚଢାଉରେ ଭିଜିଲାନ୍ସର ୯ ଜଣିଆ ଟିମ ଚଢାଉରେ ସାମିଲ ଅଛନ୍ତି । ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ ଓ ସରକାରୀ ବାସଭବନରେ ଚଢାଉ ଚାଲିଥିବା ଜଣାପଡିଛି । ଏଥିସହ ଜଳେଶ୍ୱରସ୍ଥିତ ପୈତୃକ ଘରେ ଓ ଫାର୍ମ ହାଉସରେ ଚଢାଉ ଚାଲିଛି । ଭିଜିଲାନ୍ସ ଟିମ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି ।

ସୂଚନାନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେବାପରେ ଭିଜିଲାନ୍ସ ଟିମ ସକ୍ରିୟ ହୋଇଛି । ଏହାପରେ ସେ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଏବଂ ଅଫିସ ଚଢାଉ ଚଳାଇଛି । ଦେଶରେ ତଥା ରାଜ୍ୟରେ ଦୁର୍ନୀତିର ସଂଖ୍ୟା ବଢିବାରେ ଲାଗିଛି । ହେଲେ ଭିଜିଲାନ୍ସ ଅଫିସର ଏନେଇ ଚଳଚଞ୍ଚଳ ରହିଛନ୍ତି । ତେବେ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରୁ କେତେ ଟଙ୍କା ଓ ସୁନା ଜବତ ହୋଇଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସଂପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବା ପରେ ସବୁ ଜଣାପଡିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.